ETV Bharat / state

ପୁଣି ବିବାଦରେ ହ୍ୟୁମାନ, ଅଭିଯୋଗ ଆଣିଲେ କମେଡିଆନ ମିଷ୍ଟର ଗୁଲୁଆ

author img

By

Published : Feb 2, 2023, 5:12 PM IST

ପୁଣି ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ହାସ୍ୟ ଅଭିନେତ ମିଷ୍ଟର ଗୁଲୁଆ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ ତାଙ୍କ ଜୀବନ ଜୀବିକା ଛଡାଇବାକୁ ଉଦ୍ୟମ କରିଥିବା ସେ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Mr Gulua allegation
Mr Gulua allegation
ପୁଣି ବିବାଦରେ ହ୍ୟୁମାନ, ଅଭିଯୋଗ ଆଣିଲେ କମେଡିଆନ ମିଷ୍ଟର ଗୁଲୁଆ

ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ସାଙ୍ଘାତିକ ଅଭଯୋଗ । ଜୀବନ ଜୀବିକା ଛଡାଇ ପେଟକୁ ଗୋଇଠା ମାରିବାର ଅଭିଯୋଗ ଆଣିଲେ କମେଡିଆନ ତଥା ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ । ଏପଟେ ପାରିବାରିକ ବିବାଦରେ ଫସିଥିବା ବେଳେ ପୁଣି ହ୍ୟୁମାନଙ୍କ ବିରୋଧରେ ଆସିଛି ଅଭିଯୋଗ । ତେବେ ହାସ୍ୟ ଅଭିନେତା ଗୁଲୁଆ ଏକ ଭିଡିଓ ଜାରି କରି ଏପରି ଅଭିଯୋଗ ଆଣିଛନ୍ତି । ହ୍ୟୁମାନଙ୍କ ଲାଗି ସେ ନିଆଳିରେ ହେଉଥିବା ମହୋତ୍ସବରେ ଅପମାନିତ ହୋଇଥିବା ଏହି ଭିଡିଓ ଜାରି କରି କହିଛନ୍ତି ।

ଏନେଇ ଗୁଲୁଆ କହିଛନ୍ତି, "ମୁଁ ଏକ ଗରିବ ମଧ୍ୟବିତ ପରିବାରର ପିଲା । ବହୁତ ସଂଘର୍ଷ କରି ସଫଳତା ପାଇଛି । ସେଥିରୁ ମୁଁ ଏବେ ଯାଏଁ ବି ମୋ ଘର ପାଇଁ କିଛି କରିନି । ତେଣୁ ମୋର ପ୍ରତିଭାକୁ ନେଇ ସର୍ବଦା ଚେଷ୍ଟା କରୁଛି ଭଲ ରୋଜଗାର, ସମ୍ମାନ ଓ ପରିବାରକୁ ଖୁସିରେ ରଖିବାର ଲାଗି । ଏନେଇ ଅଭିନୟ ସହ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ କାର୍ଯ୍ୟକ୍ରମରେ ବି ଯୋଗ ଦେଉଛି । ୟୁଟ୍ୟୁବ ଓ ଷ୍ଟେଜ ପରଫର୍ମାନ୍ସ କରି ମୁଁ ରୋଜଗାର କରୁଛି । ହେଲେ ନିଆଳିରେ ହେଉଥିବା ମହୋତ୍ସବରେ ମୋତେ ଅପମାନିତ କରାଯାଇଛି । ଏଥିଲାଗି ଦାୟୀ ହେଉଛନ୍ତି ହ୍ୟୁମାନ ସାଗର । ସେ ମୋ ଜୀବିକା ଛଡ଼ାଇବାକୁ ଉଦ୍ୟମ କରିଛନ୍ତି ।"

ଏହା ବି ପଢନ୍ତୁ- ଉଦଘାଟିତ ହେଲା କିଟ୍‍ ଆଲେକଜାଣ୍ଡର ଟେନିସ୍‍ ଏକାଡେମୀ

ଓଡ଼ିଶାର ଏହି ଜଣାଶୁଣା କଣ୍ଠଶିଳ୍ପୀ ତାଙ୍କ ସହ ଷ୍ଟେଜ ସେୟାର କରିବା ପାଇଁ ମନାକରିଥିବା ଅଭିଯୋଗ କରିଛନ୍ତି ଗୁଲୁଆ । ଏହାକୁ ନେଇ ଭାବବିହ୍ବଳ ହୋଇ ନିଜ ସୋସିଆଲ ମିଡିଆରେ ମନର କଥା କହିଛନ୍ତି ଗୁଲୁଆ । ସେ କହିଛନ୍ତି, " ମୁଁ ତାଙ୍କର ବଡ ପ୍ରଶଂସକ । ତାଙ୍କୁ ମୁଁ ସବୁବେଳେ ସମ୍ମାନ କରେ । ହେଲେ ସେ ଅୟୋଜକଙ୍କୁ କାହିଁକି ଏପରି କହିଲେ ଯେ ଗୁଲୁଆ ଆସିଲେ ସେ ଆସିବେ ନାହିଁ ବୋଲି ?" ଏଥିଲାଗି ଗୁଲୁଆ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଛନ୍ତି । ଆଉ ସିଧା ହ୍ୟୁମାନଙ୍କୁ ଟାର୍ଗେଟ କରି କହିଛନ୍ତି କାହାର ଜୀବିକା ଉଜାଡିବା ଏକ ବଡ ଅପରାଧ । କାରଣ ଉକ୍ତ ରୋଜଗାରରେ ଜଣକ ଘର ଚଳିଥାଏ ।

ନିଆଳି ମହୋତ୍ସବରେ ସେ ଆୟୋଜକଙ୍କୁ ବହୁ ଅନୁରୋଧ କରିବା ପରେ ତାଙ୍କୁ ଷ୍ଟେଜ ଉପରକୁ ଛଡାଯାଇଥିଲା । ଗୁଲୁଆ ଓ ହ୍ୟୁମାନଙ୍କ ମଧ୍ୟରେ କୌଣସି ବିବାଦ ଅଛି କି ନାହିଁ ବୋଲି ଆୟୋଜକମାନେ ଗୁଲୁଆଙ୍କୁ ପଚାରିଥିବା କହିଛନ୍ତି ସେ । ଆୟୋଜକମାନେ ଗୁଲୁଆଙ୍କୁ ତାଙ୍କ ପ୍ରାପ୍ୟ ଦେଇ ଚାଲିଯିବାକୁ ମଧ୍ୟ କହିଥିଲେ । ହେଲେ ସେ ଦର୍ଶକଙ୍କ ଲାଗି ଷ୍ଟେଜକୁ ଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଗୁଲୁଆ । କେବେ କାହାରି ଜୀବନ ଓ ଜୀବିକା ଛଡାଇନେବା ଉଚିତ ନୁହେଁ । ଏପରି କାର୍ଯ୍ୟରୁ ବିରତି ରହିବାକୁ ମଧ୍ୟ ଲୋକଙ୍କୁ ଗୁଲୁଆ ଅନୁରୋଧ କରିଛନ୍ତି । ଏହା ଏକ ମହାପାପ ବୋଲି ସେ କହିଛନ୍ତି । ଏପଟେ ଗୁଲୁଆଙ୍କ ଏହି ଅଭିଯୋଗ ପରେ ହ୍ୟୁମାନଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.