ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କ ଦୁଇଟି ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଥିବାବଳେ ସ୍ଥାନୀୟ ପୋଲିସ ଚୁପ ବସିଥିବା ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଏକ କଲେଜ କ୍ୟାମ୍ପସ ପାଖରେ ଥିବା ଜଙ୍ଗଲ ଭିତରେ ନିର୍ଜନତାର ସୁଯୋଗ ନେଇ ଏହି ପ୍ରେମୀ ଯୁଗଳ ନିଜ ମୋବାଇଲରେ ସୁଟିଂ କରିଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କେତେବେଳେ କଲେଜ ଡ୍ରେସରେ ତ ଆଉ କେତେବେଳେ ସାଦା ପୋଷାକରେ ସୁଟିଂ ହୋଇଛି ଭିଡ଼ିଓ । ଉକ୍ତ ଭିଡ଼ିଓ ଭାଇରାଲ ହେବା ପରେ ମୋବାଇଲରୁ ମୋବାଇଲକୁ ଡେଇଁ ବୁଲୁଛି । ତେବେ ଜଣେ କଲେଜ ଛାତ୍ରୀଙ୍କର ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏନେଇ ମଧ୍ୟ ଥାନାରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କାହିଁକି ସ୍ଥାନୀୟ ପୋଲିସ ଗୁରୁତ୍ବ ଦେଉନାହିଁ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ