ଖୋର୍ଦ୍ଧା: ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ସରକାର ପ୍ରଥମ ବର୍ଷର ପାସ ଫେଲ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହାକୁ ଆଜି ତୀବ୍ର ବିରୋଧ କରିଛନ୍ତି ଜଟଣୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନେ ଜଟଣୀ ତଳଖେତା ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ