ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳର ୱାର୍ଡ ନଂ 3ରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । 3ନଂ ୱାର୍ଡକୁ ସନ୍ଧ୍ୟା 7ଟା ରୁ ଆସନ୍ତା 4ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ନିଷେଧାଞ୍ଚଳ ଘୋଷଣା କରିଛନ୍ତି ଜିଲାପାଳ ।
ପୌର ପରିଷଦ ପକ୍ଷରୁ ଏହି ଅଞ୍ଚଳକୁ ବ୍ୟାରିକେଟ କରାଯାଇ ଲୋକଙ୍କ ଯାତାୟତ ଏବଂ ଉକ୍ତ ଅଞ୍ଚଳରେ ଥିବା ଦୋକାନ ବଜାର ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ସୋମବାର ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ