ETV Bharat / state

ଖୋର୍ଦ୍ଧାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ

ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(କେସିସିବି) ପରିଚାଳନା ପରିଷଦ ପାଇଁ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ପରିସରରେ ଚାଲିଛି ମତଦାନ । ସକାଳ ୭ ଟା ଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

author img

By

Published : Oct 30, 2022, 11:12 AM IST

ଖୋର୍ଦ୍ଧାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ
ଖୋର୍ଦ୍ଧାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(କେସିସିବି) ପରିଚାଳନା ପରିଷଦ ପାଇଁ ମତଦାନ । ଏନେଇ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ପରିସରରେ ଚାଲିଛି ମତଦାନ। ସକାଳ ୭ଟା ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ତେବେ ପରେ ଏହାର ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ।

ସୂଚନା ଅନୁଯାୟୀ, ୧୧ଜୋନରେ ୨୨ଶହ ଭୋଟର ୨୯ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରତି ଜୋନରେ ୧୯୯ ଭୋଟର ରହିଥିବାବେଳେ କେବଳ ୧୫ ନମ୍ବର ଜୋନରେ ୨୧୦ ଭୋଟର ରହିଛନ୍ତି । ତେବେ ପ୍ରତି ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ୪ ଜଣ ଲେଖାଏ ନିୟୋଜିତ ହୋଇଛନ୍ତି । ଏନେଇ ବୁଥ କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସର୍ଭେଲାନ୍ସ ଖଞ୍ଜାଯାଇଛି । ଏଥିସହ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ଅଛନ୍ତି । ଅନ୍ୟପଟେ ନିର୍ବାଚନ ଶୃଙ୍ଖଳିତ ଭାବେ ଚାଲିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ସୂଚନା ଦେଇଛନ୍ତି ।

ତେବେ ୧୫ଟି ଜୋନ ବିଶିଷ୍ଟ କେସିସିବି ପରିଚାଳନା ପରିଷଦ ପାଇଁ ୫୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବାବେଳେ୨୧ ଜଣ ପ୍ରତ୍ୟାହାର କରିଥିଲେ । ୪ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ରହିଛନ୍ତି । ୧୧ଜୋନରେ ୨୯ ପ୍ରାର୍ଥୀଙ୍କ ପାଇଁ ଚାଲିଛି ମତଦାନ । ମତଦାତାଙ୍କ ଭୋଟର କାହା ସପକ୍ଷରେ ଯାଉଛି ତାହା ଦେଖିବାକୁ ବାକି ରହିଲା । ମଇଦାନରେ ସମସ୍ତ ଜୋନରେ ବିଜେଡି ଓ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । କିଛି ସ୍ଥାନରେ ସ୍ବାଧିନ ପ୍ରାର୍ଥୀ ବି ଅଛନ୍ତି । ସେହିପରି ୫ନମ୍ବର ଜୋନରେ ୬ଜଣ ପ୍ରାର୍ଥୀଙ୍କ ମଧ୍ଯରେ ଚାଲିଛି ଟକ୍କର । ଏହି ଜୋନରେ ୨ପୂର୍ବତନ ସମବାୟ ଅଧିକାରୀଙ୍କ ହେବ ଭାଗ୍ୟ ପରୀକ୍ଷା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.