ETV Bharat / state

CM visit Khordha: ଉଦଘାଟନ ହେବ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

author img

By

Published : Apr 18, 2023, 9:53 PM IST

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରେ ପ୍ରାୟ 35 ମିନିଟ ରହିବେ । ଅପରାହ୍ନ 5 ଟାରେ ମୁଖ୍ୟମନ୍ତ୍ରୀ ପହଁଚିବେ ଓ 5.35 ମିନିଟରେ ପ୍ରତ୍ୟାବର୍ତ୍ତନ କରିବେ । ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ଡ଼. ଡି ଆର ମେହେଟା, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏସ ଏସ ଭଣ୍ଡାରୀ ଓ ସତୀଶ ମେହେଟା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ଅଧିକ ପଢନ୍ତୁ

ଉଦଘାଟନ ହେବ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

ଭୁବନେଶ୍ବର: ଆସନ୍ତାକାଲି ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଅପରାହ୍ନରେ ଖୋର୍ଦ୍ଧା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।

1941 ମସିହାରେ ଗୁରୁଜଙ୍ଗରେ ପ୍ରତିଷ୍ଠା ହୋଇଥିଲା ପ୍ରାଥମିକ ଶିକ୍ଷା କେନ୍ଦ୍ର । ସମୟ କ୍ରମେ ଦେଖାଶୁଣା ଅଭାବ ଓ ପ୍ରଶାସନିକ ଅବହେଳାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା ସ୍କୁଲ । ଏହା ବୁଲା ଗୋରୁ, ଓ ଅସାମାଜିକଙ୍କ ଆଡ୍ଡାରେ ପରିଣତ ହୋଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ । କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ହେବ । ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ।

ଏହାବି ପଢନ୍ତୁ- Mahanadi Dispute: ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରେ ପ୍ରାୟ 35 ମିନିଟ ରହିବେ । ଅପରାହ୍ନ 5 ଟାରେ ମୁଖ୍ୟମନ୍ତ୍ରୀ ପହଁଚିବେ ଓ 5.35 ମିନିଟରେ ପ୍ରତ୍ୟାବର୍ତ୍ତନ କରିବେ । ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ଡ଼. ଡି ଆର ମେହେଟା, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏସ ଏସ ଭଣ୍ଡାରୀ ଓ ସତୀଶ ମେହେଟା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ, ହ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ଡ଼. ଡି ଆର ମେହେଟ୍ଟା ସ୍ୱାଗତ ଭାଷଣ ଦେବାବେଳେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସତୀଶ ମେହେଟ୍ଟା ଧନ୍ୟବାଦ ଅର୍ପଣ କରିବେ । କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ସାମିଲ ହେବେ । ସେହିପରି ବିଭାଗୀୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ସୂଚନାଯୋଗ୍ଯଯେ 1941 ମସିହାରେ ଗୁରୁଜଙ୍ଗରେ ପ୍ରତିଷ୍ଠା ହୋଇଥିଲା ପ୍ରାଥମିକ ଶିକ୍ଷା କେନ୍ଦ୍ର । ସମୟ କ୍ରମେ ଦେଖାଶୁଣା ଅଭାବ ଓ ପ୍ରଶାସନିକ ଅବହେଳାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା ସ୍କୁଲ । ଏହା ବୁଲା ଗୋରୁ, ଓ ଅସାମାଜିକଙ୍କ ଆଡ୍ଡାରେ ପରିଣତ ହୋଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.