ETV Bharat / state

ଚାରି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ମୋଦି-ନବୀନ ଭେଟ

author img

By

Published : May 11, 2023, 9:23 AM IST

Updated : May 11, 2023, 10:49 AM IST

ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

cm naveen patnaik to meet prime minister
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚାରିଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ନବୀନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭେଟ ହେବ ବୋଲି ବିଶେଷ ସୁତ୍ରକୁ ସୂଚନା ମିଳିଛି । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ସେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।

ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଭେଟିବା ପରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତିଶଙ୍କୁ ଭେଟିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ଏହି ଦିଲ୍ଲୀ ଗସ୍ତରେ ଅଧା ପଡିଥିବା ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଓଡ଼ିଶାର କେନ୍ଦ୍ର ନିକଟରେ ପଡ଼ି ରହିଥିବା ବିଭିନ୍ନ ପ୍ରସ୍ତାବ ଓ ଦାବି ଗୁଡ଼ିକର ସମୀକ୍ଷା କରିବେ । ଦିଲ୍ଲୀ ରହଣି କାଳରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ମଧ୍ୟ ରହିଛି ।

ନବୀନ-ନରେନ୍ଦ୍ର ମୋଦିଙ୍କ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉଭୟଙ୍କ ଭେଟଘାଟ ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ନବୀନ ନିବାସରେ ଭେଟ ଏବଂ ଏହା ପରେ ଦିଲ୍ଲୀ ଗସ୍ତରେ ଯାଇ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ଜାତୀୟ ରାଜନୀତିକୁ ଉଷ୍ମ କରିଛି । ଅନ୍ୟପଟେ ଗତ 9 ତାରିଖରେ ନବୀନ-ନୀତିନଙ୍କ ସାକ୍ଷାତକୁ ନେଇ ଉଭୟ ସୌଜନ୍ୟମୂଳକ ସାକ୍ଷାତ କହିଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଏହାପରେ ଆଜି ମୋଦି-ନବୀନଙ୍କ ଭେଟ ଅନେକ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଏହା ବି ପଢନ୍ତୁ...ଜୁନ 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି

ଏହା ବି ପଢନ୍ତୁ...ତୃତୀୟ ଥର ପାଇଁ ସ୍ବର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ, 5 ଗିରଫ

ମେ 13 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ 9 ତାରିଖରେ ଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା । ମାତ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଓଡିଶା ଗସ୍ତ ନେଇ ନବୀନଙ୍କ ଦିଲ୍ଲୀ ଗସ୍ତକୁ ଦିନକ ପାଇଁ ଘୁଞ୍ଚା ଯାଇଥିଲା ।

Last Updated : May 11, 2023, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.