ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ । ମୋଟ 3ଟି ପ୍ରସ୍ତାବରେ ମୋହର ମାରିଛନ୍ତି ସରକାର । ରାଜସ୍ବ, କୃଷି ଓ ଆଇଟିରେ ମୋଟ 3ଟି ପ୍ରସ୍ତାବରେ ମୋହର ବାଜିଛନ୍ତି । ତେବେ ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହାର କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ମୁମ୍ବାଇ ଗସ୍ତରୁ ଫେରିବା ପରେ ଆଜି 10ଟାରେ କ୍ୟାବିନେଟ ବୈଠକ ଡାକିଥିଲେ ।
ଏହା ବି ପଢନ୍ତୁ...ସାଲକୀ ନଦୀ ସତୀଘାଟ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ଗତ 14 ତାରିଖରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାଆନ୍ତା । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା ।
ସରକାରଙ୍କ ନିଷ୍ପତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ଶେଷରେ ଆଜି କ୍ୟାବିନେଟ ବୈଠକରେ ଆଦିବାସୀ ଜମି ହସ୍ତାନ୍ତର ନିୟମ ପ୍ରତ୍ୟାହୃତ ହୋଇଛି । ପ୍ରତ୍ୟାହାର ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଥିବା ସୂଚନା ମିଳିଛି । ରାଜ୍ୟ ସରକାର ବିଦ୍ଧିବଦ୍ଧ ଭାବେ ଏ ନେଇ କିଛି ଘୋଷଣା କରିନାହାନ୍ତି । ରାଜସ୍ବ, କୃଷି ଓ ଆଇଟି ବିଭାଗର ପ୍ରସ୍ତାବରେ ମୋହର ବାଜିଛି । ଓଏଶଡବ୍ଲୁଏଏସ 3.0 ଓୟୁଏଟି ବିଲ୍ଡିଂ ମେଣ୍ଟନାସ୍ ପ୍ରସ୍ତାବକୁ ମୋହର ବାଜିଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ...ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ
ପ୍ରକାଶ ଥାଉ କି, ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ନେଇ 2ଦିନ ହେବ ବିଧାନସଭା ଶୀତ ଅଧିବେଶନରେ ଝଡ ଦେଖିବାକୁ ମିଳିଥିଲା । କଂଗ୍ରେସ ଓ ବିଜେପି ପକ୍ଷରୁ ସରକାରଙ୍କ ନିଷ୍ପତିକୁ କଡ଼ା ସମାଲୋଚନା କରାଯାଇଥିଲା । ସରକାର ନିଜ ନିଷ୍ପତ୍ତିରୁ ଓହରି କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଟ୍ୱିଟ୍ କରି ସୂଚନା ଦେଇଥିଲେ । ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ସ୍ଥଗିତ ନୁହେଁ ପ୍ରତ୍ୟାହାର ପାଇଁ ଅଡ଼ି ବସିଥିଲେ ବିରୋଧୀ । ଫଳରେ 2 ଦିନ ହେଲା ଗୃହ କାର୍ଯ୍ୟ ଚାଲି ପାରିନଥିଲା । ବିଜେପି ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିଥିଲା । କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ କରିବା ରାଜସ୍ୱ ମନ୍ତ୍ରୀଙ୍କ କ୍ଷମତା ବାହାରେ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ । ଶେଷରେ ଆଦିବାସୀ ଜମି ହସ୍ତାନ୍ତର ନିୟମକୁ ପ୍ରତ୍ୟାହାର ହୋଇଛି । 14 ତାରିଖ ନିଷ୍ପତ୍ତିକୁ ମୋହର ମାରିଛନ୍ତି କ୍ୟାବିନେଟ୍ ।
ଇଟିଭି ଭାରତ, ଭୁବନେଶ୍ବର