ETV Bharat / state

Dhamnagar Bypoll: ଆଜି VC ଜରିଆରେ ପ୍ରଚାର କରିବେ ନବୀନ, ଅବନ୍ତୀଙ୍କ ପାଇଁ ମାଗିବେ ଭୋଟ - ଅବନ୍ତୀଙ୍କ ପାଇଁ ମାଗିବେ ଭୋଟ

ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିସି ଜରିଆରେ ଆଜି ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

cm naveen patnaik campaign for dhamnagar bypoll
ଧାମନଗର ଉପନିର୍ବାଚନ; ଆଜି ଭିସି ଜରିଆରେ ପ୍ରଚାର କରିବେ ନବୀନ
author img

By

Published : Oct 31, 2022, 7:55 AM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ପାଖଉଛି ସମୟ । ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ । ଜୋରସୋର ଜମୁଛି ନିର୍ବାଚନୀ ପ୍ରଚାର । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିସି ଜରିଆରେ ଆଜି ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ସିଏମ ନବୀନ । ଏନେଇ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଧାମନଗର ଉପନିର୍ବାଚନ ପାଇଁ ତାରିଖ ଯେତିକି ପାଖଉଛି ସବୁ ଦଳର ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋରସୋର ହୋଇଛି । ଷ୍ଟାର ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀମାନେ ପ୍ରଚାର କରିଛନ୍ତି । ସେହିପରି ପିସିସି ସଭାପତି ଓ କଂଗ୍ରେସ ବିଧାୟକମାନେ ପ୍ରଚାର ଜୋରଦାର କରିଛନ୍ତି । ସେପଟେ ଶାସକ ବିଜେଡି ପକ୍ଷରୁ ପ୍ରଚାର ମଇଦାନରେ ଅଛନ୍ତି 60ରୁ ଅଧିକ ନେତା । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଆସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧାସଳଖ ନୁହେଁ ଭିସି ଜରିଆରେ ନବୀନ ପ୍ରଚାର କରିବେ ।

ଏହି ବି ପଢନ୍ତୁ...Dhamnagar bypoll: ସରି ସରି ଆସୁଛି ସମୟ, ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନ 4.30ରେ ଭିସିରେ ପ୍ରଚାର କରିବେ । 13ଟି ସଭାରେ ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ମାରାଥନ ପ୍ରଚାରକୁ ନେଇ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଲିଇଡି ବ୍ୟବସ୍ଥା ସହ ଦଳୀୟ ତୁଙ୍ଗ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଧାମନଗର ଉପନିର୍ବାଚନରେ 2020ରେ ବାଲେଶ୍ୱର ଓ ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନର ଝଲକ ଦେଖିବାକୁ ମିିଳିବ ।

ପ୍ରକାଶ ଥାଉ କି, ଧାମନଗର ଉପନିର୍ବାଚନକୁ ଆଉ 4ଟି ଦିନ ବାକି ଅଛି । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମମନଗରରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର 3ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନରେ ବିଜେଡି ବନାମ ଅସନ୍ତୁଷ୍ଟ ବିଜେଡି ମୁକାବିଲା ମଧ୍ୟ ଦେଖିବାକୁ ମିଳିବ । ଟିକେଟ୍‌ ନ ମିଳିବାରୁ ଦଳ ଉପରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.