ETV Bharat / state

ଶ୍ରଦ୍ଧା କିଏ ଚର୍ଚ୍ଚାର ଅବସାନ ! ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 3, 2023, 9:33 PM IST

Updated : Oct 3, 2023, 10:18 PM IST

ଶ୍ରଦ୍ଧା କିଏ ଚର୍ଚ୍ଚାର ଘଟିଲା ଅବସାନ । ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

mysterious girl Shraddha Matter
mysterious girl Shraddha Matter

ଶ୍ରଦ୍ଧା କିଏ ଚର୍ଚ୍ଚାର ଅବସାନ ! ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶ୍ରଦ୍ଧା ନାମୀ ମହିଳାଙ୍କୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ଉଠୁଥିଲା ଓ ପଡ଼ୁଥିଲା । ଶ୍ରଦ୍ଧା ନାମୀ ମହିଳାଙ୍କୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ନେଇ ଚର୍ଚ୍ଚା ଲାଗି ରହିଥିଲା । ମୌସୁମୀ ଅଧିବେଶନ ଆରମ୍ଭରୁ ଶ୍ରଦ୍ଧା ନାମୀ ଏହି ମହିଳାଙ୍କୁ ନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚରାଯାଇଥିଲା । ଆଉ ଏହି ବହୁଚର୍ଚ୍ଚିତ ପ୍ରଶ୍ନର ଉତ୍ତର ଆଜି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତ୍ତି ଆକାରରେ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ । ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ । ମୋ ଫିଜିକାଲ ଫିଟ୍‌ନେସ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ ।" ଶ୍ରଦ୍ଧାଙ୍କୁ ଭୁବନେଶ୍ବରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି । ଶ୍ରଦ୍ଧାଙ୍କୁ ସରକାରୀ ଘର ଦିଆଯାଇନାହିଁ ବୋଲି ସେ କହିଛନ୍ତି । ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍‌ ବି ଦିଆଯାଇନାହିଁ । ଶ୍ରଦ୍ଧା ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇନଥିଲେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ।

ଏହା ବି ପଢନ୍ତୁ- ଶ୍ରଦ୍ଧା କିଏ ପ୍ରସଙ୍ଗ: ମୁହଁ ଖୋଲିବା ବଦଳରେ ବସନ୍ତଙ୍କୁ ଟାର୍ଗେଟ, ବାଉଳି ହେଉଛନ୍ତି ବସନ୍ତ କହିଲେ ଦିବ୍ୟଶଙ୍କର

ବିଧାନସଭା ଆରମ୍ଭରୁ ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ତାଙ୍କୁ ସରକାରୀ କ୍ବାର୍ଟର ଦିଆଯାଇଥିବା କଥା କହିଥିଲେ ଜୟ । ସେହିପରି ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି ଯାଇଥିବା ବେଳେ ସେଠାରେ ଶ୍ରଦ୍ଧା ଉପସ୍ଥିତ ଥିବା କଥା ମଧ୍ୟ ଜୟ କହିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଥିଲା । ମୁହାଁମୁହିଁ ହୋଇଥିଲେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି । ଗୃହ ବାହାରେ ଓ ଭିତରେ ବିଭିନ୍ନ ସମୟରେ ଶ୍ରଦ୍ଧାଙ୍କୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି । ଏମିତି ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ବ୍ୟାକଫୁଟକୁ ପେଲିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗ ହୋଇଥିବାରୁ ଶାସକ ଦଳ ପକ୍ଷରୁ କଥାକୁ ଏଡାଇ ଯାଉଥିଲେ । ହେଲେ ଆଜି ମୁଖ୍ୟମନ୍ତ୍ରୀ ନିଜେ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, "ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେଲେ ନାହିଁ । ଭାଟିକାନ ସିଟି ଶ୍ରଦ୍ଧା କାହିଁକି ଯାଇଥିଲେ ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେଲେ ନାହିଁ । ଜନତାଙ୍କ ପଇସାରେ ସେ କାହିଁକି ଯାଇଥିଲେ ତାହାର ମଧ୍ୟ ଉତ୍ତର ଦେଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି । ତାଙ୍କ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ଠିକ କରିଥିଲେ ବୋଲି କହିଲେ । ଏ କଥା ପଚାରିବାକୁ ଆମେ କଣ ସ୍ବର୍ଗକୁ ଯିବୁ । ଗୋଟେ କଥା ରଖିବା କଥା ବୋଲି ରଖିଦେଲେ । ଏଥିରୁ ତାଙ୍କର ସବୁ କଥା ଜଣାପଡିଯାଉଛି । ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାନ୍ତି ଯେ ଗୋଆରୁ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ ? ଉତ୍ତର ମାଗିଲା ବିଜେପି

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "କାହା ସହିତ କିଏ ଗଲା ତାହା ବ୍ୟକ୍ତିଗତ କଥା । ମୁଖ୍ୟମନ୍ତ୍ରୀଙ୍କୁ ବୟସ ହେଲାଣି । ତାଙ୍କୁ ଥେରାପି ଦେବାକୁ ଥେରାପିଷ୍ଟ ଯାଇଥିଲେ । ତାଙ୍କୁ ଆକ୍ଷେପ କରି ଆଲୋଚନାକୁ ନିଆଗଲା । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ଏ କଥା ସୁନ୍ଦର ନୁହେଁ । ତା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦେବାର ନଥିଲା । ଲୋକ ସମସ୍ୟା ଉପରେ ଦେଇଥିଲେ ଭଲ ହୋଇଥାଆନ୍ତା । ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଖୁସି ହୋଇଥାଆନ୍ତୁ । ସେହିପରି ଶାସକ ଦଳର ମୁଖ୍ୟ ସଚେତକ କହିଛନ୍ତି ଯେ, ସତ୍ୟ ସବୁବେଳେ ସତ୍ୟ । ମୁଖ୍ୟମନ୍ତ୍ରୀ ଆଜି ସେ ସତକୁ ଗୃହରେ ଉପସ୍ଥାପନ କରିଛନ୍ତି । ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବାର ଆବଶ୍ୟକତା ରହିଥିଲା । ଏଥିରେ ସାମାନ୍ୟତମ ଦ୍ବିଧା ନାହିଁ । ମୁଖ୍ୟମନ୍ତ୍ରୀ ତାହା ଗୃହରେ କହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 3, 2023, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.