ETV Bharat / state

Skill conclave 2023: ସ୍ବତନ୍ତ୍ର ଡ୍ରୋନର ଶୁଭାରମ୍ଭ, ୫୦ କେଜି ଜିନିଷ ନେଇ ଯିବ ୧୦ କିମି - ଓଡ଼ିଶା ସ୍କିଲଡ କନକ୍ଲେଭ

ଓଡ଼ିଶା ସ୍କିଲଡ କନକ୍ଲେଭରେ ସ୍ବତନ୍ତ୍ର ଡ୍ରୋନର ଶୁଭାରମ୍ଭ । ଏକା ସାଙ୍ଗରେ ୫୦ କେଜି ଜିନିଷ ନେଇ ୧୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଯାତ୍ରା । ଅଧିକ ପଢନ୍ତୁ

Skill conclave 2023
Skill conclave 2023
author img

By

Published : Apr 20, 2023, 8:31 PM IST

Updated : Apr 20, 2023, 8:44 PM IST

Skill conclave 2023: ସ୍ବତନ୍ତ୍ର ଡ୍ରୋନର ଶୁଭାରମ୍ଭ, ୫୦ କେଜି ଜିନିଷ ନେଇ ଯିବ ୧୦ କିମି

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାହାଯ୍ୟ କରିବ ଡ୍ରୋନ। କେବଳ ବିପର୍ଯ୍ୟୟ ପରିଚାଳନା ନୁହେଁ ପାହାଡିଆ ଅଞ୍ଚଳରେ ମଧ୍ୟ କିଛି ଜରୁରୀକାଳୀନ ଜିନିଷ ନେବା ଆଣିବାରେ ମଧ୍ୟ ସାହାଯ୍ୟ କରିବ ଏହି ଡ୍ରୋନ । ଯାହା ଏକା ସାଙ୍ଗରେ ୫୦ କେଜି ଜିନିଷ ନେଇ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ଏହି ଡ୍ରୋନ୍‌ । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ଏହାକୁ କଟକ ଧବଳେଶ୍ଵର ଅଞ୍ଚଳର ସତ୍ୟବ୍ରତ ଶତପଥୀ ତଥା ବନଭି ଟେକ୍ନୋଲୋଜିର ସହପ୍ରତିଷ୍ଠାତା ନିର୍ମାଣ କରିଛନ୍ତି ।

ଏହି ଡ୍ରୋନରେ ୨୫ କେଜିର ବାକ୍ସରେ କିଛି ମେଡିସିନ ଏବଂ ୨୫ କେଜି ଆଉ ଏକ ବାକ୍ସରେ କିଛି ଜିନିଷ ଭର୍ତ୍ତି କରାଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀ ନିଜେ ଏହି ଡ୍ରୋନଟିକୁ ଟେକ ଅପ କରାଇଛନ୍ତି ଏବଂ ଲ୍ୟାଣ୍ଡ ମଧ୍ୟ କରାଇଛନ୍ତି । ତେବେ ଏହାକୁ ନେଇ ଅନେକ ଆଶା ରହିଥିବା ବେଳେ ଆଗାମୀ ଦିନର ଯୁବପିଢିମାନେ ଏହି କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ । ତେବେ ଏହାକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଯୁବକ । ଯାହାଙ୍କ ଘର କଟକ ଧବଳେଶ୍ଵର ଅଞ୍ଚଳର ସତ୍ୟବ୍ରତ ଶତପଥୀ । ତେବେ ଏହାର ନିର୍ମାଣରେ ଦେଶ ତଥା ଦେଶ ବାହାରର କିଛି ଯୁବପିଢିମାନେ ସହଯୋଗ କରିଛନ୍ତି । ଦକ୍ଷତା ବିକାଶ ବିଭାଗର ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏହା କରାଯାଇଛି ।

ଏହା ବି ପଢନ୍ତୁ- 'ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଜୀବନକୁ ବଦଳାଇବାର ଏହା ଏକ ମିଶନ'

ଗତ ୮ମାସ ତଳେ ଏହି ଡ୍ରୋନକୁ ନେଇ ଭାରତୀୟ ଆର୍ମି ଅଧିକାରୀମାନେ ମଧ୍ୟ ବ୍ୟବହାର କରିଛନ୍ତି । ଆଜକୁ ୧୦ ମାସ ହେଲାଣି ଏହାକୁ ଟ୍ରାଏଲ କରାଯାଉଛି । ୧୪ ହଜାର ଫୁଟ ପର୍ଯ୍ୟନ୍ତ ଉଡ଼ିବାର କରାଯାଉଛି ଟ୍ରାଏଲ । ଓଡ଼ିଶାରେ ସାଇକ୍ଲୋନ ଆସିବା ପରେ ପରେ ଅନେକ ସମସ୍ୟା ଦେଖାଯାଇଥାଏ । ଯାହା ଫଳରେ ଅନେକ ସ୍ଥାନକୁ ସଙ୍ଗେସଙ୍ଗେ ଯିବା ଆସିବା କଷ୍ଟକର ହୋଇପଡେ । ଏହି ସବୁ କାମରେ ଡ୍ରୋନ୍‌ ବ୍ୟବହାର କରାଯାଇଥାଏ ଓ ଅନ୍ୟପଟେ ପାହାଡିଆ ଅଞ୍ଚଳରେ ମଧ୍ୟ କିଛି ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର କରାଯାଇପାରିବ ।

ଏହାଦ୍ବାରା ସରକାରଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ । ଯେପରିକି ରିଲିଫ୍‌ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ । ପୋଲିସ ମଧ୍ୟ ଏହାକୁ ବ୍ୟବହାର କରିପାରିବ । ପ୍ରତିଦିନ ୧୦ ଥର ଏକ ସାଙ୍ଗରେ ସାମଗ୍ରୀ ନେଇ ଯିବାଆସିବା କରିପାରିବ । ପାହାଡିଆ ଅଞ୍ଚଳରେ ମଧ୍ୟ ଏହାର ବ୍ୟବହାର ଅଧିକ ରହିଛି । ଏହାକୁ ତିଆରି କରିବା ପାଇଁ ରାଜ୍ୟ ତଥା ଦେଶ ଏବଂ ଦେଶ ବାହାରୁ ଅନେକ ଯୁବପୀଢିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ଭୁବନେଶ୍ବର ଆଇଆଇଟି ସହ ଅନେକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି । ଯେଉଁ ସ୍କିଲ୍‌ ଉପରେ ଓଡ଼ିଶାରେ ବହୁତ ଫୋକସ କରୁଛି । ଏହା ଏଭଳି ପ୍ଲାଟଫର୍ମରେ ପାଇପାରିବେ । ଅନେକ ପିଲା ଏଥିରେ ସାମିଲ ହୋଇପାରିବେ । ଯାହା ଆଗାମୀ ଦିନରେ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିପାରିବେ ବୋଲି କହିଛନ୍ତି ଏହି ଡ୍ରୋନର ଫାଉଣ୍ଡର ସତ୍ୟବ୍ରତ ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 20, 2023, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.