ETV Bharat / state

CM Naveen Patnaik B'Day: ଏ ବର୍ଷ ଜନ୍ମଦିନ ପାଳିବେନି ନବୀନ

କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 77 ତମ ଜନ୍ମଦିବସ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 15, 2023, 7:59 PM IST

Updated : Oct 15, 2023, 8:13 PM IST

CM Naveen Patnaik 77th Birthday
CM Naveen Patnaik 77th Birthday
ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ବଖାଣିଲେ ମନ୍ତ୍ରୀ ଅତନୁ

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 77 ତମ ଜନ୍ମଦିବସ । ହେଲେ ଆସନ୍ତାକାଲି ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ । ଚଳିତବର୍ଷ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ପାଇଁ ଜନ୍ମଦିବସ ପାଳିବେ ନାହିଁ ନବୀନ । ଏଣୁ ନବୀନ ନିବାସ ଆସି ଶୁଭେଚ୍ଛା ନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ଘଟିଥିଲା । ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଣୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ ବୋଲି ବିବୃତ୍ତିରେ ଉଲ୍ଲେଖ ରହିଛି । ଏଥିଲାଗି ଜନ୍ମ ଦିବସର ଶୁଭେଚ୍ଛା ଜଣାଇବା ଲାଗି ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ବଖାଣିଲେ ମନ୍ତ୍ରୀ ଅତନୁ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ନୀତି ଆଦର୍ଶ ବଖାଣିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏନେଇ ସେ କହିଛନ୍ତି, " ୧୯୯୭ ମସିହାରେ ଯେତେବେଳେ ନବୀନବାବୁ ଓଡ଼ିଶା ଆସିଲେ ମୁଁ ସେତେବେଳେ ସାମ୍ବାଦିକତା କରୁଥିଲି । ସେତେବେଳେ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ସାଧାରଣ ଜନତାଙ୍କ ଯେଉଁଭଳି ଭାବରେ ଆସକ୍ତି ଭଲ ପାଇବା ଥିଲା ଆଜି ବି ରହିଛି । ୨୩ ବର୍ଷ ରାଜନୈତିକ ଯାତ୍ରା ଭିତରେ ଲୋକମାନଙ୍କର ଭଲ ପାଇବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଣା ହୋଇନାହିଁ । ସୁନା ଯେଉଁଭଳି ଚିକ୍‌ ଚିକ୍‌ କରେ ନବୀନ ବାବୁଙ୍କ ବ୍ୟକ୍ତିତ୍ବ ସବୁବେଳେ ସୁନା ପରି ଝଲସୁଛି । ତାଙ୍କର ସୁଶାସନ ଓଡ଼ିଶାବାସୀ ପାଉଛନ୍ତି । ଓଡ଼ିଶାବାସୀଙ୍କୁ ଭଲ ପାଉଥିବା ସରଳ ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢିବା ଦରକାର, କିନ୍ତୁ ସରକାରଙ୍କ ନୁହେଁ: ମନମୋହନ ସାମଲ

ତେବେ ସୂଚନା ଥାଉ କି ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମ ଦିନରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଦଳ ପକ୍ଷରୁ ରକ୍ତଦାନ ଶିବିର, ଫଳ ବଣ୍ଟନ, ଦାନ ଧର୍ମ ଭଳି ବିବିଧ କାର୍ଯ୍ୟକ୍ରମ କରାଯାଏ । ହେଲେ ଚଳିତ ବର୍ଷ ନବୀନ ଜନ୍ମଦିନ ପାଳିବେ ନାହିଁ । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2023, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.