ETV Bharat / state

2 ଦିନିଆ IAS ସମ୍ମିଳନୀ ଉଦଘାଟିତ, ସଶକ୍ତ ଓଡିଶା ଗଠନ ନେଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ - ଆଇଏଏସ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ IAS ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ 17ଟି ବିଷୟ ଉପରେ ଆଲୋଚନା କରାଯିବ । ଅଧିକ ପଢ଼ନ୍ତୁ

2 ଦିନିଆ ଆଇଏଏସ ସମ୍ମିଳନୀ
two day ias conference
author img

By

Published : Feb 14, 2023, 2:13 PM IST

2 ଦିନିଆ ଆଇଏଏସ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି IAS ସମ୍ମିଳନୀ । ଦୁଇ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି । 2 ବର୍ଷ ବ୍ୟବଧାନରେ ଆୟୋଜିତ ହେଉଥିବା ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜନ ହେଉଛି । ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷ ଓ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସମ୍ମିଳନୀରେ ସରକାରୀ ବ୍ୟବସ୍ଥାରେ ଅଣାଯାଉଥିବା ରୂପାନ୍ତରୀକରଣ, ସହରାଞ୍ଚଳରେ ସେବା ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ମିଶନ ଶକ୍ତି ଓ କ୍ଷୁଦ୍ର ଶିଳ୍ପ, ଫସଲ ବିବିଧକରଣ, ସରକାରୀ ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ପ୍ରୟୋଗ, ଦକ୍ଷତା ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ପ୍ରାୟ 17ଟି ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ହେବ । ସହରାଞ୍ଚଳ ବିକାଶ ସମ୍ୱନ୍ଧରେ ପ୍ରଥମ ସେସନରେ ଆଲୋଚନା ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ମୁଁ ଦେଖିବାକୁ ଚାହେଁ ଆମର ସମସ୍ତ ବିକାଶମୂଳକ ପ୍ରକଳ୍ପଗୁଡିକ ଖୁବ କମ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି । କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବା ଉଚିତ । ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ସ୍ଥିର କରିବା ଉଚିତ । ଏହାର ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ଓଡ଼ିଶା ଅନେକ ରାଜ୍ୟରେ ଆଗରେ ରହିଛି । କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟର ପରିବର୍ତ୍ତନ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ୍ ପରିଚାଳନା ହେଉଛି କେତେକ କ୍ଷେତ୍ର ଯାହାକି ବିଶେଷ ଉଲ୍ଲେଖକୁ ଆକର୍ଷିତ କରିଥାଏ । ୫ଟି ଇନିସିଏଟିଭ ଏବଂ ‘ମୋ ସରକାର' ଏହି ଯୁଗ୍ମ ପଦକ୍ଷେପଗୁଡ଼ିକ ପରିବର୍ତ୍ତନଶୀଳ ଶାସନ ଆଣିଛି ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବର୍ତ୍ତମାନ ବଳକା ଖାଦ୍ୟ ଉତ୍ପାଦନ ରାଜ୍ୟ ହୋଇଛି । ଯାହାକି ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗଦାନ ଦେଉଛି । କୃଷି ଏବଂ ସହଯୋଗୀ କ୍ଷେତ୍ର ଗ୍ରାମାଞ୍ଚଳର ଲୋକଙ୍କୁ ସର୍ବାଧିକ ନିଯୁକ୍ତି ଯୋଗାଇଥାଏ । ଓଡ଼ିଶାର ‘ମିଲେଟ ମିଶନ’ ବର୍ତ୍ତମାନ ପୁଷ୍ଟିକର ଉନ୍ନତି ପାଇଁ ଜାତୀୟ ସ୍ତରରେ ନିଆଯାଇଛି । ଦେଶର ଶ୍ରେଷ୍ଠ ତିନୋଟି ଷ୍ଟାର୍ଟ ଅପ ଗନ୍ତବ୍ୟସ୍ଥଳ ମଧ୍ୟରୁ ଓଡ଼ିଶାକୁ ସାମିଲ କରିବା ଲାଗି ଚେଷ୍ଟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ।

ଆୟୋଜିତ ସମ୍ମିଳନୀରେ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ପ୍ରଶାସନରେ 5ଟି ଜରିଆରେ ଆସୁଥିବା ରୂପାନ୍ତରଣ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହେଉଛି । କୋଣାର୍କରେ ଦ୍ୱିତୀୟ ଦିନରେ ଷ୍ଟାର୍ଟଅପ ଓ ଏମଏସଏମଇ, ବିଦ୍ୟାଳୟରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, କୃଷି ଜରିଆରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା, ପର୍ଯ୍ୟଟନର ବିକାଶ, ଗ୍ରାମାଞ୍ଚଳରେ ସେବା ପ୍ରଦାନ, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗରେ ଉନ୍ନତି, ବ୍ୟାଙ୍କିଂ ସେବା ଯୋଗାଣ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ରାଜ୍ୟରେ 5ଟି କାର୍ଯ୍ୟକ୍ରମ ଜରିଆରେ ଗ୍ରହଣ କରାଯାଉଥିବା ରୂପାରନ୍ତରୀକରଣ ପଦକ୍ଷେପ ବାବଦରେ 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ସଚିବ ଓ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବେ । ସେହିଭଳି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କିଭଳି ଅଗ୍ରାଧିକାର ଦିଆଯାଇ ପାରିବ ସେଥିପାଇଁ ପ୍ରସ୍ତୁତ ହେଉଥିବା କାର୍ଯ୍ୟ ଯୋଜନା ସଂକ୍ରାନ୍ତରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ଆଲୋଚନା କରିବେ ।

ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ବ୍ୟବସ୍ଥା ଉପରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟରେ ବ୍ୟାଙ୍କିଂ ବ୍ୟବସ୍ଥାର ସମ୍ପ୍ରସାରଣ ସଂକ୍ରାନ୍ତରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର ସୂଚନା ରହିଛି । ସେହପରି ଜଳସେଚନ ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିର ସୁଦୃଢୀକରଣ ଉପରେ ସୁବିସ୍ତୃତ ଆଲୋଚନା ହୋଇପାରେ । ରାଜ୍ୟରେ ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ଓ ଏହାର ସୁଦୃଢୀକରଣ ସହିତ ଜନଜାତି ସଶକ୍ତିକରଣ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.