ETV Bharat / state

୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ; ୩୨୭ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

5T School Inauguration: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୩୨୭ଟି ଲୋକାର୍ପିତ କରିଛନ୍ତି । ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ, ବାଲେଶ୍ବରର ୭୬ଟି, ଗଜପତିର ୨୮ଟି, ଢେଙ୍କାନାଳର ୬୩ଟି, କେନ୍ଦୁଝରର ୪୫ଟି ଓ କଟକର ୮୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ

ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ; ୬ ଜିଲ୍ଲାର ୩୨୭ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

author img

By ETV Bharat Odisha Team

Published : Jan 13, 2024, 9:37 PM IST

ଭୁବନେଶ୍ୱର: 5ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଜିଲ୍ଲାର ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ ହୋଇଛି । ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ, ବାଲେଶ୍ବରର ୭୬ଟି, ଗଜପତିର ୨୮ଟି, ଢେଙ୍କାନାଳର ୬୩ଟି, କେନ୍ଦୁଝରର ୪୫ଟି ଓ କଟକର ୮୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ ।

ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି । 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, 5ଟି ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିଛି । ସରକାରୀ ସ୍କୁଲରେ ପାଠପଢି ବହୁତ ପିଲା ବଡ଼ ମଣିଷ ହୋଇଛନ୍ତି । ତୁମମାନଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ।

ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ବିଧାୟକ ସ୍ବରୂପ କୁମାର ଦାସ, ଗଜପତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଢେଙ୍କାନାଳରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦୁଝରରେ ବିଧାୟକ ଜଗନ୍ନାଥ ନାୟକ ଏବଂ କଟକରେ ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକ୍ନୋଲୋଜି '

ତେବେ କଟକ ଜିଲ୍ଲା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ସେମାନଙ୍କ ମତାମତ ଦେଇଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଂସଦ ଡ ଅଚ୍ୟୁତ ସାମନ୍ତ, ସାଂସଦ ଡ ରାଜଶ୍ରୀ ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ନିଆଳି ବିଧାୟକ ଡ ପ୍ରମୋଦ ମଲ୍ଲିକ, ଚୌଦ୍ୱାର ବିଧାୟକ ସୋଭିକ ବିଶ୍ଵାଳ ପ୍ରମୁଖ ସ୍କୁଲ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ।କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ ସ୍ବାଗତ ଭାଷଣ ଦେଇଛନ୍ତି । ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.