ETV Bharat / state

ମହିଳା କମିଶନରେ ଥଇଥାନ ହେଲେ ବିଜେଡିର ୫ ନେତ୍ରୀ

author img

By

Published : Apr 29, 2023, 8:59 AM IST

ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ । ୫ ବିଜେଡି ନେତ୍ରୀଙ୍କୁ ମହିଳା କମିଶନରେ ଥଇଥାନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ
ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ

ଭୁବନେଶ୍ବର: ରାଜ୍ୟ ମହିଳା କମିଶନରେ ନିଯୁକ୍ତି ପାଇଲେ ୫ ଜଣ ବିଜେଡି ନେତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କମିଶନରେ ଆଉ ୫ ଜଣ ବିଜେଡି ନେତ୍ରୀ ଥଇଥାନ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଦସ୍ୟା ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାର ଆଉ ୫ ଜଣ ବିଜେଡି ନେତ୍ରୀଙ୍କୁ ରାଜ୍ୟ ମହିଳା କମିଶନରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିଲେ ରାଜ୍ୟ ସରକାର । ଦ୍ଵିତୀୟ ଥର ଲାଗି ମିନତୀଙ୍କୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା । ଏବେ ଆଉ ୫ ଜଣ ଦଳୀୟ ନେତ୍ରୀଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ନେତୃତ୍ୱାଧୀନ ସରକାର ।

ନୂଆ ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତ୍ରୀ ହେଉଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁରର ସ୍ୱର୍ଣ୍ଣଲତା ସାମଲ, ଝାରସୁୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସୁଜାତା ଦିଗଲ, ସୁନ୍ଦରଗଡ଼ ଜିଲ୍ଲାର ବିଜୟା ବରୱା, ଭୁବନେଶ୍ୱରର ସ୍ୱାଗତିକା ମହାନ୍ତି, ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବବିତା ସ୍ୱାଇଁ । ଏମାନଙ୍କ ବ୍ୟତୀତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁଙ୍କୁ ଅଫିସିଆଲ ସଦସ୍ୟ ଭାବେ ରାଜ୍ୟ ମହିଳା କମିଶନରେ ସାମିଲ କରାଯାଇଛି । ରାଜ୍ୟ ମହିଳା କମିଶନରେ ଅଧ୍ୟକ୍ଷାଙ୍କ ସହ ୬ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଏହି ନିଯୁକ୍ତି ସହ କମିଶନରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ହୋଇଛି ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

୨୦୧୯ ଅଗଷ୍ଟରେ ସମାଜସେବୀ ତଥା ଆଇନଜୀବୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା । ଦ୍ଵିତୀୟ ଥର ଲାଗି ମିନତୀଙ୍କୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମହିଳା କମିଶନରେ ନୂଆ ୫ ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଦସ୍ୟା ତାଲିକା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ଗର୍ଭବତୀ ପତ୍ନୀକୁ ଡାକ୍ତର ପାଖକୁ ନେଇ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ୨ ଜୀବନ

ଏହାମଧ୍ୟ ପଢନ୍ତୁ: ଗୋଟିଏ ପ୍ଲାଟଫର୍ମକୁ ଆସିବେ ଦେଶର ସବୁ ବୋର୍ଡ, ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.