ETV Bharat / state

ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଶାଣିତ କରିବାକୁ ନବୀନଙ୍କ ନିର୍ଦ୍ଦେଶ

ବୈଠକ ପରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସମ୍ପର୍କରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଛାମୁଆ ସଂଗଠନର ନେତାଙ୍କ ସହିତ ଆଲୋଚନା କରିଥିଲେ । ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ପ୍ରତି 3 ମାସ ବ୍ୟବଧାନରେ ଏହି ବୈଠକ ହୁଏ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 4, 2023, 10:54 PM IST

ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଶାଣିତ କରିବାକୁ ନବୀନଙ୍କ ନିର୍ଦ୍ଦେଶ
ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଶାଣିତ କରିବାକୁ ନବୀନଙ୍କ ନିର୍ଦ୍ଦେଶ
ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଶାଣିତ କରିବାକୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ନବୀନ ନିବାସରେ ତିନି ଘଣ୍ଟା ଧରି ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଦଳର ଛାମୁଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- ନିର୍ବାଚନୀ ଥୋପ; ଶ୍ରମିକ କଲ୍ୟାଣ ବୋର୍ଡରେ ସାମିଲ ହେବେ ୫୦ ବର୍ଗ

ବୈଠକ ପରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସମ୍ପର୍କରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଛାମୁଆ ସଂଗଠନର ନେତାଙ୍କ ସହିତ ଆଲୋଚନା କରିଥିଲେ । ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ପ୍ରତି 3 ମାସ ବ୍ୟବଧାନରେ ଏହି ବୈଠକ ହୁଏ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ସେ ବାବଦରେ ଆଲୋଚନା ହୋଇଛି । ସାଂଗଠନିକ ସ୍ଥିତିକୁ ଆଗକୁ କେମିତି ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାର ସ୍ଥିତି ବାବଦରେ ସେ ବୁଝିଛନ୍ତି । ଏହା ପରେ ସେ ତାଙ୍କର ମତ ଓ ପରାମର୍ଶ ଦେଇଛନ୍ତି । ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି । କିଛି ଫିଡବ୍ୟାକ ବି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାବି ପଢନ୍ତୁ- ସନ୍ଧ୍ୟାରେ ବସିବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ, ଗୁରୁମନ୍ତ୍ର ଦେବେ ନବୀନ

ନିର୍ବାଚନ ଥାଉ କି ନଥାଉ ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ ଥାଏ । ଲୋକଙ୍କ ସହିତ ରହିବାର କାର୍ଯ୍ୟକ୍ରମ ଜାରୀ ରହିଥାଏ । ସନ୍ଧ୍ୟା 6ଟା ରୁ ନବୀନ ନିବାସରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ପ୍ରଣବ ବଳବନ୍ତରାୟ, ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଅମରେଶ ଜେନା, ଶର୍ମିଷ୍ଠା ସେଠୀ,ଦେବି ରଞ୍ଜନ ତ୍ରିପାଠୀ, ଈଶ୍ବର ପାଣିଗ୍ରାହୀ, ପ୍ରୀତିରଞ୍ଜନ ଘଡାଇ, ରବି ଜେନା, ସୁଧୀର ସାମଲ, ବ୍ୟୋମକେଶ ରାୟ,ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ, ଦିବ୍ୟ ଶଙ୍କର ମିଶ୍ର, ଅରୁଣ ସାହୁ,ଦେବୀ ମିଶ୍ର, ସସ୍ମିତ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ବିଜୟ ନାୟକଙ୍କ ସହ ଅନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.