ETV Bharat / state

ପ୍ରଶାସନିକ ଅଧିକାରୀଙ୍କୁ ନବୀନଙ୍କ ସମୂହ ଶପଥ ପାଠ, ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଦେଲେ ଆହ୍ବାନ

author img

By ETV Bharat Odisha Team

Published : Oct 30, 2023, 10:00 PM IST

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2023 ପାଳିତ । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ସମୂହ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

integrity pledge
integrity pledge
ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଦେଲେ ଆହ୍ବାନ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଓଡ଼ିଶାବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2023 ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏହି ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ସମୂହ ଶପଥ ପାଠ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଉଛି । ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୋ ସରକାର ଜରିଆରେ ଲୋକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ । ଦୁର୍ନୀତି ଦୂର କରିବା ଦିଗରେ ପଦକ୍ଷେପ ନେବାରେ ସାରା ଦେଶରେ ଓଡ଼ିଶା ଭିଜିଲାନ୍ସ 1 ନମ୍ବର ସ୍ଥାନରେ ରହିଛି । ଏଥିପାଇଁ ମୁଁ ଖୁସି ପ୍ରକାଶ କରୁଛି । ଦୁର୍ନୀତି ବିରୁଦ୍ଧରେ ଲଢ, ଦେଶ ପ୍ରତି ନିଷ୍ଠା ରଖ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତି ନିବାରଣ ସପ୍ତାହ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ ।" ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ସତ୍ୟନିଷ୍ଠାର ଶପଥ ନେଲେ ପୂର୍ବତଟ ରେଳପଥ କର୍ମଚାରୀ

ରାଜ୍ୟ ସରକାରଙ୍କ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ଶପଥ ପାଠ ଆଜି କରାଇଛନ୍ତି । ଲୋକସେବା ଭବନରେ ରାଜ୍ୟସ୍ତରୀୟ ଅଧିକାରୀ ସାମିଲ ହୋଇଥିବାବେଳେ OSWAN ଜରିଆରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଶପଥ ପାଠ କରିଛନ୍ତି । ଆମ ସମାଜକୁ ଦୁର୍ନୀତି ମୁକ୍ତ କରିବାରେ ଏହି ସମୂହ ଶପଥ ପାଠ ବଳ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ବେନାମୀ ଟଙ୍କା କାରବାର, ଡିଜିଟାଲ କ୍ରାଇମ ରୋକିବା ଦିଗରେ ଟେକ୍ନୋଲୋଜିର ବ୍ୟବହାର ଦୃଢ଼ ଭାବରେ କରିବାକୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କମ୍ପ୍ୟୁଟର ବେସଡ ତଦନ୍ତର ଶୁଭାରମ୍ଭ କରିଛନ୍ତି । ରାଉରକେଲା ଓ ବାଲେଶ୍ବର ଭିଜିଲାନ୍ସ ଅଫିସ ଲୋକାର୍ପଣ ସହିତ କଟକ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, "ଦୁର୍ନୀତି ବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରି ରଖିଛନ୍ତି । ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସର କାମ ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ବହୁ ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ ।"

ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା କହିଛନ୍ତି, "ଦୁର୍ନୀତି ହେଉଛି କର୍କଟ ସଦୃଶ । ଏହାର ସଫଳ ଚିକିତ୍ସା ଦରକାର । ନୂଆ ଓଡ଼ିଶା ସ୍ବପ୍ନକୁ ସଫଳ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ କାମ କରିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସକୁ ୭୭ ପ୍ରତିଶତ ସଫଳତା ମିଳିଛି । ସବୁ ଭିଜିଲାନ୍ସ କୋର୍ଟକୁ ଡିଜିଟାଇଜେସନ କରାଯାଇଛି ।"

ଏହା ବି ପଢନ୍ତୁ- ରାଜ୍ୟର ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ: ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୩୬୪ ଜଣ ବ୍ୟକ୍ତିଙ୍କ ବିରୋଧରେ ୨୦୧ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୩୮ଜଣ ଗ୍ରୁପ ଏ, ୩୭ଜଣ ଗ୍ରୁପ ବି ଅଧିକାରୀ ଅଛନ୍ତି । ୧୯୮ ମାମଲାରେ ୪୮୬ ଜଣ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ସେଥିରେ ୪୨ ଜଣ ଗ୍ରୁପ ଏ, ୩୧ ଜଣ ଗ୍ରୁପ ବି ଅଧିକାରୀ ଅଛନ୍ତି । ୮୭ ମାମଲାରେ ୧୧୫ ଜଣ ଅଭିଯୁକ୍ତଙ୍କ ଦଣ୍ଡିତ ହୋଇଛନ୍ତି । ୨୭ ଜଣ ଅଧିକାରୀ କାର୍ଯ୍ୟରୁ ବହିଷ୍କୃତ ଓ ୧୪ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି । କାର୍ଯ୍ୟକ୍ରମରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.