ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୯ ସଂଯୋଜକ ନିଯୁକ୍ତ - ସାଧାରଣ ନିର୍ବାଚନ ୨୦୨୪

Ama Odisha Naveen Odisha: ଆମ ଓଡ଼ିଶା ନବୀନ ଓଡ଼ିଶାର ୧୬ ଜିଲ୍ଲା ପାଇଁ ୧୯ ଜଣ ସଂଯୋଜକ ନିଯୁକ୍ତ । ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକର୍ମର ସଫଳ ପରିଚାଳନା ପାଇଁ ସଂଯୋଜକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

chief minister appointed coordinators
chief minister appointed coordinators
author img

By ETV Bharat Odisha Team

Published : Dec 10, 2023, 8:02 AM IST

Updated : Dec 10, 2023, 8:23 AM IST

ଭୁବନେଶ୍ବର: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନେତାଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ନିଜର ରାଜନୈତିକ ଭବିଷ୍ୟତ ନେଇ ଅଙ୍କ କଷୁଛନ୍ତି ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତି । ଏନେଇ ନିର୍ବାଚନ ପୂର୍ବରୁ ଜାରି ରହିଛି ଶାସକ ଦଳର ଥଇଥାନ ପ୍ରକ୍ରିୟା । ଆମ ଓଡ଼ିଶା ନବୀନ ଓଡିଶାରେ ନିଯୁକ୍ତ ହୋଇଛନ୍ତି ୧୯ ବିଜେଡି ନେତା । ୧୬ ଜିଲ୍ଲାର ୧୯ ସଂଯୋଜକଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଯୁକ୍ତ ହୋଇଥିବା ସଂଯୋଜକ ହେଲେ ଅନୁଗୋଳ ଜିଲ୍ଲାର କୈଳାସ ଚନ୍ଦ୍ର ସାହୁ, ବାଲେଶ୍ଵର ଜିଲ୍ଲାର ରଞ୍ଜନ ବାଗ, ଭଦ୍ରକର ଡ଼. ସଞ୍ଜୟ ଦାସ, ଗଜପତିର ୟାରଗଣା ରାମଭଦ୍ର ରାଓ, କଳାହାଣ୍ଡିର ଭବାନୀପାଟଣା ଉପଖଣ୍ଡର ବଦ୍ରୀ ନାରାୟଣ ପଟ୍ଟନାୟକ, କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡର ଆଦିତ୍ୟ ନନ୍ଦ, କନ୍ଧମାଳର ରାଜୀବ ପାତ୍ର, ଖୋର୍ଦ୍ଧାର ଶ୍ରୀମୟୀ ମିଶ୍ର, କୋରାପୁଟ ଉପଖଣ୍ଡର ଲତା ସାହୁ, କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡର ତୁଳସୀ କିରସାନୀ, ମାଲକାନଗିରିର ଚିତ୍ତ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଅମରେନ୍ଦ୍ର କର, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଉପଖଣ୍ଡର ସୁନୀଲ କୁମାର ଦାସ । ସେହିପରି ନବରଙ୍ଗପୁରର ମଞ୍ଜୁଳା ମାଝୀ, ନୟାଗଡ଼ ଜିଲ୍ଲାର ଗଙ୍ଗାଧର ପଣ୍ଡା, ନୂଆପଡା ଜିଲ୍ଲାର ରାମଲାଲ ହଂସ, ରାୟଗଡା ଜିଲ୍ଲାର ପାଟଣା ଗୌରୀ ଶଙ୍କର ରାଓ, ସମ୍ବଲପୁର ଜିଲ୍ଲାର ସିଦ୍ଧାନ୍ତ ଦାସ, ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ଉପଖଣ୍ଡର ଯୋଗେନ୍ଦ୍ର ସିଂଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡି ହେଲା ନୂଆପଡା, ଜିଲ୍ଲାର ବିକାଶ ପାଇଁ 65 କୋଟି 50 ଲକ୍ଷ ମଞ୍ଜୁର

ଆମ ଓଡ଼ିଶା ନବୀନ ଓଡିଶା ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହୋଇଛି । ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ । କେନ୍ଦୁଝରରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଯାଜପୁରରେ ଉଦଯାପନ ହୋଇଥିଲା । ଏହି ଯୋଜନା ଅନ୍ତର୍ଗତ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି ଟଙ୍କା । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶା ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 10, 2023, 8:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.