ETV Bharat / state

Hockey World Cup 2023: ଓ୍ୱାର୍ଲ୍ଡକପ୍ ଭିଲେଜ୍ ଉଦଘାଟିତ, ଭାରତ ଜିତିଲେ ଖେଳାଳିଙ୍କୁ ୧କୋଟି ଲେଖାଏଁ ପୁରସ୍କାର ରାଶି ନେଇ ଘୋଷଣା - ୧କୋଟି ପୁରସ୍କାର ରାଶି

୨୦୨୩ ହକି ବିଶ୍ବକପ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଯଦି ଭାରତ ହକି ବିଶ୍ବକପ ଟାଇଟଲ ଜିତିବ ତେବେ ସେ ଦଳର ସମସ୍ତ ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 5, 2023, 4:56 PM IST

Updated : Jan 5, 2023, 6:00 PM IST

ଓ୍ୱାର୍ଲ୍ଡକପ୍ ଭିଲେଜ୍ ଉଦଘାଟିତ, ଭାରତ ଜିତିଲେ ଖେଳାଳିଙ୍କୁ ୧କୋଟି ଲେଖାଏଁ ପୁରସ୍କାର ରାଶି ନେଇ ଘୋଷଣା

ଭୁବନେଶ୍ବର: ୨୦୨୩ ହକି ବିଶ୍ବକପ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଯଦି ଭାରତ ହକି ବିଶ୍ବକପ ଟାଇଟଲ ଜିତିବ ତେବେ ସେ ଦଳର ସମସ୍ତ ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ରାଶି ଦେବେ (1crore cash prize to each India Hockey player if Team wins ) ବୋଲି ଘୋଷଣା କରିଛନ୍ତି । ଆଜି ରାଉରକେଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ହକି ଟିମକୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଥିଲେ । ଏହାପରେ ବିଶ୍ବକପ୍ ଗ୍ରାମର ଶୁଭ ଉଦଘାଟନ କରିଛନ୍ତି । ପରେ ପରେ ରାଉରକେଲାର 'ମୋ ବସ୍ ସେବା'ର ଉଦଘାଟନ କରିଛନ୍ତି ଏବଂ ଭାରତୀୟ ଖେଳାଳିମାନଙ୍କ ସହିତ ଫଟୋ ଉଠାଇଛନ୍ତି । ଆଜିର ଏହି ଉଦଘାଟନ ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା, କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ରୋହିତ ପୂଜାରୀ ଉପସ୍ଥିତ ଥିଲେ।

ଏହା ବି ପଢନ୍ତୁ- CM Naveen Rourkela Visit: ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ବିଶ୍ବକପ ଭିଲେଜର ମଧ୍ୟ ଉଦଘାଟନ କରିଛନ୍ତି । ଏହା ବିର୍ସାମୁଣ୍ଡା ହକି ଷ୍ଟାଡିୟମର ପରିସର ମଧ୍ୟରେ ରହିଛି । ଏହାକୁ ଗତ ୧୫ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏଥିରେ ରହିଛି ୨୨୫ଟି ରୁମ୍‌ । ଏଠାରେ ଟିମର ସମସ୍ତ ଖେଳାଳି ଓ ଅନ୍ୟ ଅଧିକାରୀମାନଙ୍କ ଲାଗି ରହଣିର ବ୍ୟବସ୍ଥା କରାଯାଇଛି । ଏହାର ଉଦଘାଟନୀ ସମୟରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ୫ଟି ସଚିବ ଭି.କେ ପାଣ୍ଡିଆନ ଓ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- CM Naveen Rourkela Visit: ରାଉରକେଲାରେ ମୁଖ୍ୟମନ୍ତ୍ରୀ, ୧୧୦୦କୋଟି ଟଙ୍କା ପ୍ରକଳ୍ପର କଲେ ଲୋକାର୍ପଣ

ସୂଚନା ଥାଉ କି ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ୨୦୨୩ ହକି ବିଶ୍ବକପ୍‌ । ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ ସହ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଲଢେଇ । ଆଜି ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୧୦୦ କୋଟି ମୂଲ୍ୟର ପ୍ରକଳ୍ପ ଉଦଘାଟିତ ହେବ । ସହରରେ ପ୍ରାୟ ୨୫ଟି ମୋ ବସ ମଧ୍ୟ ଚଳାଚଳ କରିବ । ଏହାସହ ୮୪ କୋଟି ୮ ଲକ୍ଷ ଟଙ୍କାରେ ଷ୍ଟାଡିୟମ ପରିସରରେ ଥିବା ଭବ୍ୟ କୋଠା ଯାହା ପଞ୍ଚତାରକା ହୋଟେଲ ନିର୍ମାଣ ହୋଇଛି।

୯କୋଟି ବ୍ୟୟରେ ନିର୍ମାଣ ହୋଇଛି ଖେଳାଳିମାନଙ୍କ ପାଇଁ ସୁଇମିଂ ପୁଲ୍‌ ଓ ୧୩ କୋଟି ଟଙ୍କାରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ଡିଏଭି ପୋଖରୀ ଠାରେ ଅପରାହ୍ନ ୪ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୦୦ କୋଟି ଟଙ୍କାର ସୁନ୍ଦରଗଡ଼ ଜିଲ୍ଲାର ୨୨୬ଟି ପ୍ରକଳ୍ପକୁ ଲୋକାର୍ପଣ କରିବେ। ଯାହାମଧରେ ରହିଛି ୧୪୬ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟରେ ନିର୍ମାଣ ହୋଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଓ ମଲ୍ଟି କାର ପାର୍କିଂ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2023, 6:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.