ETV Bharat / state

ସୁରଭି କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ, ଶିକ୍ଷା ପାଇଁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର

author img

By

Published : Nov 10, 2022, 10:27 PM IST

ଶିକ୍ଷା ପାଇଁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର । ସୁରଭି କାର୍ଯ୍ୟକ୍ରମ ନେଇ ଆଜି ବସିଛି ସମୀକ୍ଷା ବୈଠକ । ଏହି ବୈଠକରେ ଚଳିତ ବର୍ଷ ଠାରୁ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ସୁରଭି କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ, ଶିକ୍ଷା ପାଇଁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର
ସୁରଭି କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ, ଶିକ୍ଷା ପାଇଁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର

ଭୁବନେଶ୍ବର: ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and Education Minister Samir Dash)ଙ୍କ ଅଧ୍ୟକ୍ଷତାରେ ଆଜି ଏକ ସୁରଭି କାର୍ଯ୍ୟକ୍ରମର (Surabhi Programme) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ 'ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର' (CM Award for education) ଯୋଜନା ଆରମ୍ଭ କରାଯାଇଛି ।

ନଭେମ୍ବର ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ଏହି ଯୋଜନାରେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜିତ ହେବ । ଏହି ପ୍ରତିଯୋଗିତା ମହୋତ୍ସବ ଜରିଆରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତଥା ଶିକ୍ଷା ପରିଚାଳନାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧନା ଦିଆଯିବ ।

ଏହା ବି ପଢନ୍ତୁ- ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ

ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୯୪୧ ବିଦ୍ୟାର୍ଥୀ ଏବଂ ୧୫୫୯ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିବେ । ବୈଠକରେ ଓଡ଼ିଶା ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ବନି କୁମାର ମିଶ୍ର, ମାଧ୍ୟମିକ ବୋର୍ଡର ଅଧ୍ୟକ୍ଷ ରାମାସିସ ହାଜିରା, ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.