ETV Bharat / state

୮୫ ହଜାର କୋଟିର ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୪୨ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟରେ ସୃଷ୍ଟି ହେବ 42 ହଜାରରୁ ଅଧିକ ନିଯୁକ୍ତ ସୁଯୋଗ । ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

୮୫ ହଜାର କୋଟିର ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
୮୫ ହଜାର କୋଟିର ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
author img

By ETV Bharat Odisha Team

Published : Nov 25, 2023, 10:19 AM IST

ଭୁବନେଶ୍ବର: ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୮୪ ହଜାର ୯୧୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପଗୁଡ଼ିକରେ ପାଖାପାଖି ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଘୋଷଣା କରାଯାଇଛି । ଏହି ବୃହତ ପ୍ରକଳ୍ପ ଗୁଡିକ ମଧ୍ୟରେ ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ, ବସ୍ତ୍ର, ଇସ୍ପାତ, ଶକ୍ତି ଓ ନବୀକରଣ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍‌ ସେକ୍ଟର ପରି ଶିଳ୍ପ ରହିଛି । ଏଗୁଡିକ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା କରାଯିବ ।

କେନ୍ଦ୍ରାପଡ଼ାରେ ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବ । Welspun New Energy Ltd କେନ୍ଦ୍ରାପଡାରେ ୧୩ ହଜାର ୮୦୦ କୋଟି ନିବେଶ କରିବ । ଏହାଦ୍ୱାରା ୧୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେହିପରି ଗୋପାଳପୁରରେ ମଧ୍ୟ ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ Sembcorp Green Hydrogen India Private Limited ପ୍ରତିଷ୍ଠା କରିବ । ଏଥିରେ ୧୩ ହଜାର କୋଟି ଟଙ୍କା ନିବେଶ କରାଯିବ । ୧୨୫୦ ଲୋକଙ୍କୁ ନିଯୁକ୍ତି ମିଳିବ ।

ଢେଙ୍କାନାଳରେ ଟାଟା ଷ୍ଟିଲ ୧୦ ହଜାର ୩୫୧ କୋଟି ନିବେଶ କରିବ । ୩୭୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମାଲକାନଗିରିରେ REFPL ଗ୍ରୀନ ଅମୋନିଆ ଓ ଗ୍ରୀନ ହାଇଡ୍ରୋଜ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ୧୦ ହଜାର ୫ କୋଟି ଟଙ୍କାର ନିବେଶରେ ୧୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କଟକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବ Welspum living limited । ଏଥିରେ ୩ ହଜାର ୫୦ କୋଟି ଟଙ୍କା ନିବେଶ କରିବ ଏବଂ ୨୦ ହଜାର ୨୧୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହା ମଧ୍ୟ ପଢନ୍ତୁ: ସାଲକୀ ନଦୀ ସତୀଘାଟ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସେହିପରି ଯାଜପୁର କଳିଙ୍ଗନଗରରେ BMW ଇଣ୍ଡଷ୍ଟ୍ରି ଲିମିଟେଡ଼ ୧ ହଜାର ୦୯୪ କୋଟି ଟଙ୍କାର ନିବେଶ କରିବ । ଏହାଦ୍ବାରା ୧ହଜାର ୯୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ରେ NTPC ସୁପର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହି ସୁପର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପାଇଁ ୯ ହଜାର୨୦୮ କୋଟି ନିବେଶ ହେବ । ସେଥିରେ ୧ ହଜାର ୩୬୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଝାରସୁଗୁଡାରେ ଇଣ୍ଡ ବାର୍ଥ ଏନର୍ଜୀ ଉତ୍କଳ ଲିମିଟେଡ଼ ୬ ହଜାର ୦୧୨ କୋଟି ଟଙ୍କା ନିବେଶ କରିବ । ଏଥିରେ ୪୫୦ଟି ନିଯୁକ୍ତି ସୁଯୋଗ ରହିଛି । ଗଞ୍ଜାମରେ ଏଜିସ ଭୋପାକ ହଜାରେ କୋଟି ନିବେଶ କରିବ ବୋଲି ସୂଚନା ମିଳିଛି । ସେଥିରେ ନିଯୁକ୍ତି ସୁଯୋଗ ରହିଛି 100 ଜଣ । Welspum Corp limited ସମ୍ବଲପୁରରେ ପାଇପ କୋଟିଙ୍ଗ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ୩୧୩୭ କୋଟି ଟଙ୍କା ନିବେଶରେ ୩୮୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଝାରସୁଗୁଡାରେ ୫୨୦୦ କୋଟି ଟଙ୍କାର ଓଡିଶା ମେଟାଲୁରଜିକାଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.