ଖୋର୍ଦ୍ଧା:ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । କଣ୍ଟାବାଡ ନୀଳକଣ୍ଠ ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ କରି ଆରମ୍ଭ ହୋଇଥିବା ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି ।
ଗତ ଡିସେମ୍ବର 25 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 8 ଟି ଦଳ ଯୋଗ ଦେଇଥିଲେ । ଏହି ମ୍ୟାଚରେ ମଞ୍ଚେଶ୍ବର ପ୍ରଥମେ ବ୍ୟାଟିଂ କରି 183 ରମ ସଂଗ୍ରହ କରିଥିଲା । ଯାହାର ଜବାବରେ ନପୁଟ ଦଳ ପାଞ୍ଚ ୱିକେଟରେ ବିଜୟ ଲାଭ କରିଛି। ରବିବାର ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଓ 20 ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ