ଖୋର୍ଦ୍ଧା: ଜିଲ୍ଲା ବାଲୁଗାଁ ବିଜ୍ଞାପିତ ପରିଷଦରରେ ଦୀର୍ଘ ଦିନରୁ ବହୁ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ସଫେଇ କର୍ମଚାରୀ । ଏ ନେଇ ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ସାତ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
ପରିଷଦରେ ଠିକା ସଫେଇ କର୍ମଚାରୀଙ୍କୁ 30 ଦିନ କାମରେ ନିୟୋଜିତ କରି ମାତ୍ର 26ଦିନର ପ୍ରାପ୍ୟ ପ୍ରଦାନ କରାଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ସଂଘ । ସେହିପରି ଦୈନିକ 6ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାମରେ ନିୟୋଜିତ କରୁଛି ଠିକା ସଂସ୍ଥା ।
ଏଭଳି କି ସେମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ପ୍ରାପ୍ୟ ଓ ସୁବିଧା ସୁଯୋଗ ପାଉନଥିବା ଏବଂ ସେମାନଙ୍କ ପ୍ରାପ୍ୟରୁ ଇପିଏଫ ବାବଦରେ କଟାଯାଉଥିବା ଟଙ୍କାର ବିବରଣୀ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏ ନେଇ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧା ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ତୁରନ୍ତ ଏହି ଦାବିଗୁଡିକର ସମାଧାନ କରାନ ଗଲେ ଆଗାମୀ ଦିନରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛି ସଂଘ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ