ଭୁବନେଶ୍ବର: ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ । ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ । ଭିସି ଜରିଆରେ ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ(Civil Aviation Minister Jyotiraditya Scindia ) । ତେବେ ବିମାନ ବନ୍ଦରରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ଭୁବନେଶ୍ବର ସାସଂଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ଆଲାଏନ୍ସ ଏୟାରର ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ । ଖବରଅନୁସାରେ, ଭୁବନେଶ୍ବରରୁ ଏହି ବିମାନ ଉଡାଣ ଭରିଥିବା ବେଳେ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଞ୍ଚିବ । ଏହାପରେ ମଧ୍ୟାହ୍ନ ୧୨ ଟା ୧୫ରୁ ରାଉରକେଲାରୁ ବାହାରି ମଧ୍ୟାହ୍ନ ୧ଟାରେ ଭୁବନେଶ୍ବରରେ ପହଞ୍ଚିବ ।
ଆସନ୍ତା୧୨ରୁ ରୁଟିନ୍ ଉଡ଼ାଣ ଆରମ୍ଭ: ଆସନ୍ତା 12 ତାରିଖରୁ ଭୁବନେଶ୍ଵରରୁ ରାଉରକେଲା ରୁଟିନ ଉଡାଣ ଆରମ୍ଭ ହେବ । ପ୍ରତିଦିନ 2ଟା 55ରେ ବିମାନ ଭୁବନେଶ୍ବରରୁ ଛାଡ଼ିବ ଓ ରାଉରକେଲାରେ 3ଟା 50ରେ ପହଞ୍ଚିବ । ଏହା ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା 2803 ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା 2721 ଟଙ୍କା ରହିଛି । ଆଲାଏନ୍ସ ଏୟାରର ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ବିମାନ ଆରମ୍ଭ ହେବା ଫଳରେ ଦୁଇ ସହରବାସୀଙ୍କ ସ୍ବପ୍ନ ପୂରଣ ହେବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: Air India Pee Case: ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ଗିରଫ
ଖବରଅନୁସାରେ, ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ଏହି ବିମାନ ଉଡାଣ ଭରିଥିବା ବେଳେ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଞ୍ଚିବ । ଏହାପରେ ମଧ୍ୟାହ୍ନ ୧୨ଟା ୧୫ରୁ ରାଉରକେଲାରୁ ବାହାରି ମଧ୍ୟାହ୍ନ ୧ଟାରେ ଭୁବନେଶ୍ବରରେ ପହଞ୍ଚିବ ।
ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ରାଜ୍ୟବାସୀଙ୍କୁ ଏହା ପ୍ରଧାନମନ୍ତ୍ରୀଙ୍କ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଧାନମନ୍ତ୍ରୀ ୨୦୧୪ ମସିହା ୨୬ ମେ ମାସରେ ଦେଶର କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ଇଚ୍ଛା ଥିଲା ଯେ, ଦେଶର ପ୍ରତ୍ୟେକ ନାଗରିକ ବିମାନରେ ଯାତ୍ରା କରନ୍ତୁ । ଏହାପରେ ଉଡାଣ ସ୍କିମ ଆରମ୍ଭ ହେଲା । ଆଜି ଉଡାଣ ସ୍କିମ ଅଧିନରେ ଆଜି ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡାଣ ଆରମ୍ଭ ହେଲା ।"
ଇଟିଭି ଭାରତ, ଭୁବନେଶ୍ବର