ETV Bharat / state

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ - ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ

ଆଜି ଦିନ ୧୧ଟା ସମୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଅଧି୍କ ପଢ଼ନ୍ତୁ

chse odisha plus two result 2023
ଯୁକ୍ତ ଦୁଇ ପରୀକ୍ଷା ଫଳ
author img

By

Published : May 30, 2023, 3:29 PM IST

Updated : May 31, 2023, 7:35 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ପୂର୍ବାହ୍ନ 11ଟା ସମୟରେ ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । www.orissaresult.nic.in ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ପରବର୍ତ୍ତୀ ସମୟରେ ଅର୍ଥାତ ଜୁନ 8 ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ 93 ହଜାର 894, ବାଣିଜ୍ୟରେ 24 ହଜାର 331, କଳାରେ 2 ଲକ୍ଷ 33 ହଜାର 855, ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୩୦ ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିଲା । ୨୦୨୧ ମସିହାରେ ରେଗୁଲାରରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତରଖାତାରେ ପରୀକ୍ଷା ଦେଇଛନ୍ତି ।

ତେବେ ରେଜଲ୍ଚ ପ୍ରକାଶ ପାଇବା ପରେ ତୁରନ୍ତ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ସ ପୋର୍ଟାଲରେ ଜୁନ 20 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ୨୮ ଜୁନରେ ପ୍ରକାଶ ପାଇବ । ୨୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ୧୩ ଜୁଲାଇରେ ପ୍ରକାଶ ପାଇବ ।

ପ୍ରକାଶ ଥାଉକି, ମେ 10 ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟର ଖାତାଦେଖା ଆରମ୍ଭ ହୋଇଥିଲା । ଏଥିରେ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହୋଇଥିଲେ । ଉଭୟ ଅନଲାଇନ ଓ ଅଫଲାଇନରେ ଖାତାଦେଖା ହୋଇଥିଲା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ 22 ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 23ରେ ଶେଷ ହୋଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ ଖାତାଦେଖା ଏପ୍ରିଲ 23ରୁ ଆରମ୍ଭ ହୋଇ ମେ 4 ତାରିଖ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 25 ରୁ ଆରମ୍ଭ ହୋଇ ମେ 7 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏହା ପୂର୍ବରୁ ମେ ୧୮ ତାରିଖରେ ମାଟ୍ରିକ ପରୀକ୍ଷା ପ୍ରକାଶ ପାଇଥିଲା । ଚଳିତ ଥର ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 31, 2023, 7:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.