ETV Bharat / state

CHSE Plus Two Admission: ୨୯ରୁ ଆବେଦନ, ଜୁଲାଇ 29ରୁ କ୍ଲାସ - ସାମସ ପୋର୍ଟାଲ

ରାଜ୍ୟରେ 2067 ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ସିଟ ରହିଛି ୫ ଲକ୍ଷ ୯ ହଜାର। ରାଜ୍ୟରେ 476 ଟି ଆଇଟିଆଇ କଲେଜ ରହିଥିବା ବେଳେ ମୋଟ ସିଟ ରହିଛି 80 ହଜାର 560 ଓ 159 ଟି ଡିପ୍ଲୋମା କଲେଜ ରହିଥିବା ବେଳେ ମୋଟ ସିଟ ସଂଖ୍ୟା 76 ହଜାର 109 ଟି ସିଟ ରହିଛି। ଅଧିକ ପଢନ୍ତୁ

CHSE Plus 2 admission: ଆସନ୍ତା ୨୯ ଆବେଦନ, ଜୁଲାଇ 29 ରୁ କ୍ଲାସ

author img

By

Published : May 25, 2023, 7:37 PM IST

CHSE Plus 2 admission: ଆସନ୍ତା ୨୯ ଆବେଦନ, ଜୁଲାଇ 29 ରୁ କ୍ଲାସ

ଭୁବନେଶ୍ବର: ଆସନ୍ତା ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ ୨୦ ଆବେଦନ କରିବାର ଶେଷ ତାରିଖ ରହିଛି। SAMS ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏକାଦଶ ଶ୍ରେଣୀର କ୍ଲାସ ଜୁଲାଇ 29 ତାରିଖ ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦେଶକ ରଘୁରାମ ଆୟର କହିଛନ୍ତି ଯେ, ମେ ମାସ ୨୯ ତାରିଖରୁ ଯୁକ୍ତ ଦୁଇ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଏହା ୨୦ ଜୁନ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟ ସିଲେକ୍ସନ ୨୮ ଜୁନ ରେ ପ୍ରକାଶ ପାଇବ। ୨୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଆଡ଼ମିଶନ ହେବ। ଦିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ୧୩ ଜୁଲାଇରେ ବାହାରିବ। ଚଏସ ଲକିଙ୍ଗ ବା ସ୍ଲାଇଡ ଅପ ପାଇଁ ୧୯ ଜୁଲାଇ ସୁଧା କରିବେ। ୨୬ ଜୁଲାଇରୁ ୨୭ ଜୁଲାଇ ସ୍ପଟ ସିଲେକକସନ ରହିବ। ସ୍ପଟ ସିଲେକ୍ସନ ଏଥର ଅନ ଲାଇନ ହୋଇପାରିବ। ଏହା ସହ ୨୯ ଜୁଲାଇ ରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷର କ୍ଲାସ। ତେବେ ୧୦୬ଟି ଅପଗ୍ରେଡଡ ହାଇୟର ସେକେଣ୍ଡାରୀ ସ୍କୁଲ ଅନୁମୋଦନ ହୋଇଛି। ସେଥିରେ ମଧ୍ୟ ୧୩୦୦୦ ସିଟ ରହିଛି। ତେଣୁ ଯୁକ୍ତ ଦୁଇ ରେ ସିଟ ଅଭାବ ନେଇ କିଛି ବି ସମସ୍ୟା ହେବା ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ।

ଏହାବି ପଢନ୍ତୁ- New Parliament Building: ଆସିଲା ନୂଆ ସଂସଦ ଭବନର ଭିଡିଓ, ଦେଖନ୍ତୁ ଦୃଶ୍ୟ

ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି। ସିବିଏସଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି। ଗତବର୍ଷ ଯୁକ୍ତ ଦୁଇରେ କଟ ଅଫ ମାର୍କ ତଥ୍ୟ ଅନୁସାରେ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିଦ୍ୟାପୀଠରେ କଳାରେ 80%, ବାଣିଜ୍ୟରେ 74.64% ଓ ବିଜ୍ଞାନ ରେ 91.00% କଟ ଅଫ ମାର୍କ ରହିଥିଲା ।

ସେହିଭଳି ଭାବରେ ରମାଦେବୀ କଲେଜରେ କଳାରେ କଟ ଅଫ ମାର୍କ ରହିଥିଲା 77.33%, ବିଜ୍ଞାନ ରେ 86.83 ଓ ବାଣିଜ୍ୟରେ 54.83% କଟ ମାର୍କ ରହିଥିଲା। କଟକର ରେଭେନ୍ସା ଜୁନିଅର କଲେଜ କଳାରେ ଥିଲା 82.17%, ବାଣିଜ୍ୟରେ 81.83% ଓ ବିଜ୍ଞାନ ରେ ଥିଲା 92.67% ସେହିଭଳି ଭାବରେ ଶୈଳବାଳା କଲେଜରେ କଳା ରେ 77.67%, ବିଜ୍ଞାନ ରେ 86.17% ଓ ବାଣିଜ୍ୟରେ 75% କଟ ଅଫ ମାର୍କ ରହିଛି।

ରାଜ୍ୟରେ 2067 ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ସିଟ ରହିଛି ୫ ଲକ୍ଷ ୯ ହଜାର। ରାଜ୍ୟରେ 476 ଟି ଆଇଟିଆଇ କଲେଜ ରହିଥିବା ବେଳେ ମୋଟ ସିଟ ରହିଛି 80 ହଜାର 560 ଓ 159 ଟି ଡିପ୍ଲୋମା କଲେଜ ରହିଥିବା ବେଳେ ମୋଟ ସିଟ ସଂଖ୍ୟା 76 ହଜାର 109 ଟି ସିଟ ରହିଛି।

ଏହାବି ପଢନ୍ତୁ- Free Wi-Fi in College: କଲେଜ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ

ସୂଚନାଯୋଗ୍ୟଯେ ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଥିବାବେଳ ଯୁକ୍ତ ଦୁଇ ରେ ମୋଟ ୫ ଲକ୍ଷ ୯ ହଜାର ଆସନ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.