ETV Bharat / state

ଶ୍ରାବଣରେ ବୈଶାଖ ତାତି: ଚିତଉ ପିଠା ଦେଇ ମା’ ଲକ୍ଷ୍ମୀଙ୍କ ପାଖରେ ଚଷା ପୁଅର ଗୁହାରୀ

author img

By

Published : Jul 20, 2020, 3:29 PM IST

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଆଜିର ଏହି ପବିତ୍ର ଦିନରେ ଜମିରେ ଚିଉତ ପିଠା ପୋତି, ମା ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଛି ଚାଷୀ ।

ଶ୍ରାବଣରେ ବୈଶାଖ ତାତି: ଚିଉତ ପିଠା ଦେଇ ମା’ ଲକ୍ଷ୍ମୀଙ୍କ ପାଖରେ ଚଷା ପୁଅର ଗୁହାରୀ

ଖୋର୍ଦ୍ଧା: ଧାରା ଶ୍ରାବଣରେ ଆକାଶରୁ ଯେମିତି ଗାଏବ ହୋଇଯାଇଛି ମୌସୁମୀ ବର୍ଷା । ମୌସୁମୀର ଲୁଚକାଳୀ ଖେଳକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଚାଷୀ । ସେଥିପାଇଁ ଆଜି ପବିତ୍ର ଚିତାଲାଗି ଅମାବାସ୍ୟାରେ ଭଲ ଫସଲ ଅମଳ ଆଶାରେ ଚାଷ ଜମିରେ ଚିତଉ ପିଠା ପୋତି ମା’ ଲକ୍ଷ୍ମୀଙ୍କୁ ଏବର୍ଷ ଭଲ ଫସଲ ଅମଳ ପାଇଁ ଗୁହାରି କରିଛନ୍ତି ।

କିନ୍ତୁ ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ଚାଷୀର ନିଦ ହଜେଇ ଦେଇଛି । ବର୍ଷା ଅଭାବରୁ ଆରମ୍ଭ ହୋଇପାରିନି ଚାଷ କାମ । ଆଉ ଯେଉଁଠି ଧାନ ବୁଣା ହୋଇଛି ସେଠି ବିଲ ଶୁଖିଲା ପଡିଛି । ଏହାରି ଭିତରେ ପରମ୍ପରାକୁ ବଞ୍ଚେଇ ରଖି ଚାଷୀ ତା ବିଲରେ ପୂଜା କରି ଆଶା ରଖିଛି ଭଲ ଫସଲ ଅମଳ କରିବା ପାଇଁ । ବିଶ୍ବାସ ରହିଛି ଚିତାଲାଗି ଅମାବାସ୍ୟାରେ ଜମିରେ ଚିତଉ ପିଠା ପୋତିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି, ଭଲ ବର୍ଷା ହୁଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.