ETV Bharat / state

ନିର୍ବାଚନ 2024: କାହାର ହେବ ଚିଲିକା ? କିଏ ମାରିବ ବାଜିବ - ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ

ନିର୍ବାଚନକୁ ଆହୁରି ପାଖାପାଖି 6 ମାସ ସମୟ ଥିବା ବେଳେ ସାରା ରାଜ୍ୟରେ କିନ୍ତୁ ନିର୍ବାଚନର ହାୱା ବଢିବାରେ ଲାଗିଛି । ଯାହା ଚିଲିକା ବିଧାନସଭା ଆସନ ଯାଏଁ ପହଞ୍ଚିସାରିଛି । ଚିଲିକାକୁ ପୁଣି ଥରେ ଦଖଲ କରିବା ପାଇଁ ବିଜେଡି ନୂଆ ରଣନୀତି କଷୁଥିବା ବେଳେ, ପୂର୍ବ ଭୁଲ ସୁଧାରି ଗୈରିକ ବାନା ଉଡାଇବା ଯୋଜନାରେ ବିଜେପି । କଂଗ୍ରେସ ମଧ୍ୟ ନିଜ ପୂର୍ବ ଗୌରବ ଫେରାଇ ଆଣିବାକୁ ପୁରା ଦମରେ ମୈଦାନକୁ ଓହ୍ଲାଇଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି କାହାର ହେବ ଚିଲିକା ? ଅଧିକ ପଢନ୍ତୁ

ନିର୍ବାଚନ 2024:  କାହାର ହେବ ଚିଲିକା? କିଏ ମାରିବ  ବାଜିବ

author img

By ETV Bharat Odisha Team

Published : Nov 18, 2023, 10:34 PM IST

କାହାର ହେବ ଚିଲିକା

ଖୋର୍ଦ୍ଧା: ଆସୁଛି ସାଧାରଣ ନିର୍ବାଚନ 2024 । ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଚାଲିଛି ଯୋରଦାର ପ୍ରସ୍ତୁତି । ରଣକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ । ଚାଲିଛି କେଉଁ ଯୋଦ୍ଧା କେଉଁଠି ହେବେ ମୁତୟନ ତାହାର ରଣନୀତି । ତିନି ଦଳ କଂଗ୍ରେସ, ବିଜେପି ଓ ବିଜେଡିର ଆରମ୍ଭ ହୋଇଛି ପ୍ରାର୍ଥୀ ଖୋଜା । ରଣନୀତି, ପ୍ରସ୍ତୁତି ସାଂଗଠନିକ କାର୍ଯ୍ୟକ୍ରମରେ ଶାସକ ବିଜେଡି ଆଗରେ ଥିବା ବେଳେ, ଉଭୟ ବିରୋଧୀ ମଧ୍ୟ କଡା ଟକ୍କର ଦେଉଛନ୍ତି । ନିର୍ବାଚନକୁ ଆହୁରି ପାଖାପାଖି 6 ମାସ ସମୟ ଥିବା ବେଳେ ସାରା ରାଜ୍ୟରେ କିନ୍ତୁ ନିର୍ବାଚନର ହାୱା ବଢିବାରେ ଲାଗିଛି । ଯାହା ଚିଲିକା ବିଧାନସଭା ଆସନ ଯାଏଁ ପହଞ୍ଚିସାରିଛି । ଚିଲିକାକୁ ପୁଣି ଥରେ ଦଖଲ କରିବା ପାଇଁ ବିଜେଡି ନୂଆ ରଣନୀତି କଷୁଥିବା ବେଳେ, ପୂର୍ବ ଭୁଲ ସୁଧାରି ଗୈରିକ ବାନା ଉଡାଇବା ଯୋଜନାରେ ବିଜେପି । କଂଗ୍ରେସ ମଧ୍ୟ ନିଜ ପୂର୍ବ ଗୌରବ ଫେରାଇ ଆଣିବାକୁ ପୁରା ଦମରେ ମୈଦାନକୁ ଓହ୍ଲାଇଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି କାହାର ହେବ ଚିଲିକା ?

ଅଧିକ ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟକଳାପକୁ ନେଇ ଦଳର ଅଡୁଆ ବଢିବାରୁ ପ୍ରଶାନ୍ତଙ୍କୁ ନିଲମ୍ବିତ କରିଛି ବିଜେଡି । ଏପରି ସ୍ଥିତିରେ ଆସନ୍ତା ୨୦୨୪ ନିର୍ବାଚନରେ ବିଜେଡ଼ି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଅଙ୍କକଷା । ପ୍ରାର୍ଥୀ ଚୟନରେ ଏପଟ ସେପଟ ହେଲେ ବିଜେଡ଼ି ହାତରୁ ଆସନ ଖସିଯିବା ସମ୍ଭାବନା ରହିଛି । କାରଣ ଏଠାରେ ବିଜେପି ଓ ବିଜେଡ଼ି ସଂଗଠନକୁ ଦେଖିଲେ କେହି କାହା ଠାରୁ କମ ନାହାନ୍ତି । ବିଜେପି କର୍ମୀଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ବିବାଦୀୟ ହୋଇ ବିଧାୟକ ଜଗଦେବ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ମାତ୍ର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ନିର୍ବାଚନ ମଣ୍ଡଳୀର ଛାମୁଆ ନେତାଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି । ଏହା ସତ୍ତ୍ବେ ଚିଲିକା ଆସନକୁ ନେଇ ବିଜେଡିରେ ଏକାଧିକ ଆଶାୟୀ ରହିଛନ୍ତି । ବିଜେଡିରୁ ଆଶାୟୀ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଦଳୀୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ । କାରଣ ମାନସ ଅତୀତରେ 2009 ନିର୍ବାଚନରେ କଂଗ୍ରେସ ଟିକେରଟରୁ ଲଢି ପରାଜିତ ହୋଇଛନ୍ତି । ଏନେଇ ବିଜେଡି ନେତା ମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆମେ ସମର୍ଥନ କରି ନିର୍ବାଚନ ଲଢିବୁ ।

ଅଧିକ ପଢନ୍ତୁ- ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ

ସେହିପରି ବିଜେପିରୁ ପୁଣି ଥରେ ଗତ ଥରର ପରାଜିତ ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଟିକେଟ ପାଇବା ସ୍ପଷ୍ଟ । କାରଣ ସାଂଗଠନିକ କାର୍ଯ୍ୟକ୍ରମ ପୃଥ୍ବୀରାଜ ଜାରି ରଖିଥିବା ବେଳେ ଏହା ତାଙ୍କ ପରିବାର ପରମ୍ପରାଗତ ଆସନ । ପୂର୍ବରୁ ପୃଥ୍ବୀରାଜଙ୍କ ପରିବାର ସଦସ୍ୟ ଏହି ଆସନରୁ ବିଧାନସଭାକୁ ପ୍ରତିନିଧୀତ୍ବ କରିଛନ୍ତି । ତେଣୁ ପୁଣି ଥରେ ପୃଥ୍ବୀରାଜ ବିଜେପି ପ୍ରାର୍ଥୀ ହୋଇପାରନ୍ତି । ହେଲେ ଚିଲିକା ଆସନରେ କଂଗ୍ରେସର ଦୁର୍ଦ୍ଦଶା କିନ୍ତୁ ଶେଷ ହେଉନାହିଁ । ମହାବାତ୍ୟା ପୂର୍ବରୁ ଚିଲିକା ଆସନ କଂଗ୍ରେସର ଗଡ ଥିଲା । ମହାବାତ୍ୟା ବିପର୍ଯ୍ୟୟ ପରେ ପରେ କଂଗ୍ରେସର ବିପର୍ଯ୍ୟୟ ହେବା ସହିତ ଏହି ଆସନରେ ମଧ୍ୟ କଂଗ୍ରେସ ଦୁର୍ବଳ ହୋଇଯାଇଛି । କଂଗ୍ରେସ ସେବା ଦଳ ଛାଡ଼ି ରଘୁନାଥ ସାହୁ ବିଜେଡ଼ି ଟିକେଟରୁ ୨୦୦୯ ନିର୍ବାଚିତ ହୋଇଥିଲେ । ଆଉ ସେବେଠାରୁ କଂଗ୍ରେସର ସ୍ଥିତି ନିର୍ବାଚନ ମଣ୍ଡଳୀରେ ଭଲ ନଥିବା ବେଳେ ଆଗାମୀ ନିର୍ବାଚନରେ ଦଳ ଏଠାରେ ଭଲ ପଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଚିଲିକା କଂଗ୍ରେସ ନେତା ପ୍ରଦୀପ ସ୍ବାଇଁ । ରାଜ୍ୟରେ ବିଜେପି ଓ ବିଜେଡି ଗୋଟିଏ ହୋଇଥିବା ବେଳେ ଏହା ଜନସାଧାରଣ ଜାଣି ସାରିଲେଣି ଓ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି ।

ଚିଲିକା ନିର୍ବାଚନର ଅବସ୍ଥିତି- ବାଣପୁର, ଚିଲିକା ଦୁଇ ବ୍ଳକର ୩୪ ପଞ୍ଚାୟତ ସମେତ ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀ ଗଠିତ । 2 ଲକ୍ଷରୁ ଅଧିକ ଭୋଟର ସଂଖ୍ୟା ଚିଲିକାରେ ରହିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ଚିଲିକା ବିଧାନସଭା ଆସନରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ଏହାସତ୍ତ୍ବେ ଯେତିକି ବିକାଶ ହେବା କଥା ହୋଇପାରି ନାହିଁ।

ଗତ ନିର୍ବାଚନର ଫଳାଫଳ: ଗତ ୨୦୧୯ ନିର୍ବାଚନରେ ବିଜେଡି- ବିଜେପି ମଧ୍ୟରେ କଡା ମୁକାବିଲା ହୋଇଥିଲା । ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ୮୦ ହଜାର ୧୧୩ ଭୋଟ ପାଇ ବିଧାୟକ ନିର୍ବାଚିତ ହୋଇଥିଲେ । ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୬୯ ହଜାର ୨୭୭ ଭୋଟ ଦ୍ବିତୀୟ ସ୍ଥାନରେ ରହିଥିଲେ । ୨୦୧୪ ନିର୍ବାଚନରେ ମଧ୍ୟ ବିଜେପି ଓ ବିଜେଡ଼ି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । ବିଜେପି ପ୍ରାର୍ଥୀ ବିଭୂତିଭୂଷଣ ହରିଚନ୍ଦନ ୬୯ ହଜାର ୪୩୩ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁ ୫୪୧ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଭୋଟ ବ୍ୟବଧାନକୁ ଦେଖିଲେ ଉଭୟ ବିଜେପି ଓ ବିଜେଡ଼ି କେହି କାହାକୁ ବାଟ ଛାଡ଼ିବା ଅବସ୍ଥାରେ ନାହାନ୍ତି ଚିଲିକାରେ । ଏବେ ପୁଣି ବିଧାୟକ ପ୍ରଶାନ୍ତ ଜଗଦେବ ଓ ପୂର୍ବତନ ବିଧାୟକ ରଘୁନାଥଙ୍କ ରାଜନୈତିକ ଗୋଷ୍ଠି କନ୍ଦଳ କାହାକୁ ଅଛପା ନାହିଁ । ଯାହା ଆଗାମୀ ଦିନରେ ବିଜେଡି ପାଇଁ ଅଡୁଆ ବଢାଇ ପାରେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.