ETV Bharat / state

ଭୈରପୁର ଶ୍ରୀଜଗନ୍ନାଥ ବିଦ୍ୟାପୀଠ ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ - ଶ୍ରୀଜଗନ୍ନାଥ ବିଦ୍ୟାପୀଠ ଶିଶୁ ମହୋତ୍ସବ

ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ଶାସନ ପଞ୍ଚାୟତସ୍ଥିତ ଭୈରପୁର ଶ୍ରୀଜଗନ୍ନାଥ ବିଦ୍ୟାପୀଠ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

Childrens Day
ଶିଶୁ ମହୋତ୍ସବ ଅନୁଷ୍ଠିତ
author img

By ETV Bharat Odisha Team

Published : Nov 15, 2023, 7:14 AM IST

ଶିଶୁ ମହୋତ୍ସବ ଅନୁଷ୍ଠିତ

ନିଆଳି: ସାରା ଦେଶ ପାଳୁଛି ନଭେମ୍ବର 14 ତାରିଖ ଶିଶୁ ଦିବସ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଦିବସକୁ ପାଳନ କରାଯାଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ଶାସନ ପଞ୍ଚାୟତସ୍ଥିତ ଭୈରପୁର ଶ୍ରୀଜଗନ୍ନାଥ ବିଦ୍ୟାପୀଠ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶିଶୁ ମହୋତ୍ସବ 'ଶିଶୁ ମହକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସୂଚନା ଅନୁସାରେ, ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ଶାସନ ପଞ୍ଚାୟତସ୍ଥିତ ଭୈରପୁର ଶ୍ରୀଜଗନ୍ନାଥ ବିଦ୍ୟାପୀଠ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଲାଗି ଅତି ଶିକ୍ଷଣୀୟ କାର୍ଯ୍ୟକ୍ରମ କରାଯାଇଥିଲା । ଶିଶୁ ମହକ କାର୍ଯ୍ୟକ୍ରମରେ ଅନେକ ଶିକ୍ଷାବିତ୍, ଆଇନଜୀବୀ, ପୋଲିସ ଅଧିକାରୀ, ବ୍ୟଙ୍ଗକବି ଏବଂ ରାଜନେତା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଶିଶୁ ଦିବସ ହେଉଛି କୁନି କୁନି ପିଲାମାନଙ୍କ ଲାଗି ଏକ ଖାସ ଦିନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଗୁରୁକୃପା ସରସ୍ବତୀ ଶିଶୁ ମନ୍ଦିରରେ ଶିଶୁ ଦିବସ, ବିଭିନ୍ନ ବେଶରେ ନଜର ଆସିଲେ ପିଲାଏ

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସ କୁନି କୁନି ପିଲାମାନଙ୍କ ଲାଗି ଏକ ସ୍ମରଣୀୟ ଦିନ । ଏଥିପାଇଁ 1992 ମସିହା ପରଠାରୁ ଶ୍ରୀଜଗନ୍ନାଥ ବିଦ୍ୟାପୀଠ ପକ୍ଷରୁ ପ୍ରତ୍ୟେକ ବର୍ଷ ଶିଶୁ ଦିବସକୁ ଛାତ୍ରଛାତ୍ରୀଙ୍କ ଲାଗି ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ପରିସରରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ କରାଯାଇଥାଏ । ଶିକ୍ଷା, ନୃତ୍ୟ, ଏକକ ଅଭିନୟ ଭଳି ଅନେକ ଜୀବନ୍ତ ଅଭିନୟ ମାଧ୍ୟମରେ ବିଦ୍ୟାଳୟ ପରିସରକୁ ରଙ୍ଗୀନ କରିଥାନ୍ତି ଛାତ୍ରଛାତ୍ରୀ । ତେବେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବେଶରେ ଉପସ୍ଥିତ ଅତିଥି, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ନିଖୁଣ ଅଭିନୟ କରି ସମସ୍ତଙ୍କର ମନ ଜିଣିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ଅବସରପ୍ରାପ୍ତ ଶିକ୍ଷକ ଓ ଅତିଥିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Childrens day: ଆଜି ଶିଶୁ ଦିବସ, ଆସନ୍ତାକାଲିର ଭବିଷ୍ୟତ ଶିଶୁ କଥାକୁ ହୃଦଙ୍ଗମ କରିଥିଲେ ଚାଚା ନେହେରୁ

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.