ETV Bharat / state

ପୁରୀରେ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ସଚିବ

author img

By

Published : Dec 28, 2022, 9:29 PM IST

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀସେତୁ କାର୍ଯ୍ୟର ସମୀକ୍ଷା କରିବା ସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ଟାର୍ଗେଟ ରହିଛି । ଅଧିକ ପଢନ୍ତୁ

chief secretary suresh mohapatra
chief secretary suresh mohapatra

ପୁରୀ: ପୁରୀରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨୦ ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ପ୍ରତିଟି କାମ ସରିବାର ଡେଡଲାଇନ ଅନୁଯାୟୀ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଶ୍ରୀସେତୁ କାର୍ଯ୍ୟର ସମୀକ୍ଷା କରିବା ସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ଟାର୍ଗେଟ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବ । ହବିଷ୍ୟାଳୀଙ୍କ ପାଇଁ ନିର୍ମାଣ କରାଯାଇଥିବା ବୃନ୍ଦାବତି ନିବାସ କୁ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ଷ ସାରା କିପରି ବ୍ୟବହାର କରିପାରିବେ ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ପଞ୍ଚତୀର୍ଥ ପୁଷ୍କରିଣୀର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ସେହିପରି ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ କାର୍ଯ୍ୟ ସରିଛି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ସମସ୍ତ ସୁବିଧା ପାଇବା ସହ ଭଲରେ ଶ୍ରୀମନ୍ଦିର, ସମୁଦ୍ରକୂଳ ବୁଲିବା ସହ ପୁରୀ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳ ବୁଲିପାରିବେ ।

ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗାର ମଧ୍ୟ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି । ବର୍ତ୍ତମାନ ବିମାନବନ୍ଦରର ପାଚେରୀ ନିର୍ମାଣ କାମ ଚାଲିଛି । ଖୁବଶୀଘ୍ର ଟେଣ୍ଡର ଡକାଯାଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନବନ୍ଦର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.