ଭୁବନେଶ୍ବର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକକାରୀଙ୍କୁ ନବୀନ କରିବେ ନିମନ୍ତ୍ରଣ । ଜାପାନ ନିବେଶକ ସମ୍ମିଳନୀ ନେଇ ମୁଁ ଆଶାବାଦୀ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପ, ପର୍ଯ୍ୟଟନ, ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ସହ କ୍ରୀଡ଼ା କ୍ଷେତ୍ରରେ ଜାପାନ ସହିତ ସହଭାଗିତା କରିବାକୁ ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଗତକାଲି(ସୋମବାର) ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି ।
ଆସନ୍ତାକାଲି (ବୁଧବାର) ଜାପାନରେ ଓଡିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । 9 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ପହଁଚିବା ପରେ ସମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଜାପାନ ନିବେଶକ ସମ୍ମିଳନୀ ନେଇ ମୁଁ ଆଶାବାଦୀ ଅଛି । ଶିଳ୍ପ, ପର୍ଯ୍ୟଟନ, ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଶାବାଦୀ ଅଛି । କ୍ରୀଡ଼ା କ୍ଷେତ୍ରରେ ଜାପାନ ସହିତ ସହଭାଗୀତା କରିବାକୁ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।’’
ସେହିପରି ଓଡିଶା ଓ ଜାପାନ ମଧ୍ୟରେ ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ନବୀନ ଆଶାବାଦୀ ଅଛନ୍ତି । ନିଜର ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ବାର୍ତ୍ତାଳାପ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ଜାରି କରିଛନ୍ତି 5ଟି ସଚିବ । ମୁଖ୍ୟମନ୍ତ୍ରୀ ସହ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଇପିକଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନେଲ କ୍ରୀଷ୍ଣା ପ୍ରମୁଖ ଜାପାନ ଗସ୍ତରେ ଯାଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବ୍ୟବସାୟ ପ୍ରତିନିଧି ଦଳ ମଧ୍ୟ ଯାଇଛନ୍ତି । ସେଥିରେ ଷ୍ଟିଲ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ଓ ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ-ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ଶିଳ୍ପର ପ୍ରତିନିଧି ରହିଛନ୍ତି । ଜାପାନ ସହିତ ବ୍ୟବସାୟିକ ସହଯୋଗ ନେଇ ଆଲୋଚନାରେ ସାମିଲ ହେବେ । ଗସ୍ତ ସମୟରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦକ୍ଷ ନିବେଶକଙ୍କ ସହିତ ଏକକ ଆଲୋଚନା କରିବେ ।
ଇଟିଭି ଭାରତ, ଭୁବନେଶ୍ବର