ETV Bharat / state

ଭୁବନେଶ୍ୱର କୁଆଖାଇ ନଦୀ ପଠାରେ ପବିତ୍ର ଛଟ ପୂଜା ପାଳିଲେ ଶ୍ରଦ୍ଧାଳୁ

୪ ଦିନ ଧରି ଚାଲିଥିବା ପବିତ୍ର ଛଟ ପୂଜାର ଶେଷ ଦିନ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 20, 2023, 11:29 AM IST

Updated : Nov 20, 2023, 1:39 PM IST

chhat puja
chhat puja
chhat puja

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଛଟ ପୂଜା । ଏହି ଛଟ ପୂଜାକୁ ନେଇ ଚଳଚଞ୍ଚଳ ଭୁବନେଶ୍ୱରର କୁଆଖାଇ ନଦୀପଠା । ପରିବାରର ଶୁଭ ମନାସି ଓ ସୁଖ ଶାନ୍ତି କାମନା କରିବା ସହ ସମାଜର କଲ୍ୟାଣ ପାଇଁ ଏହି ପୂଜା ବିହାରୀ ଓ ଝାଡଖଣ୍ଡ ସମାଜର ମହିଳାମାନେ ପୂଜା କରନ୍ତି । ଏଥିରେ ସୂର୍ଯ୍ୟଦେବଙ୍କୁ ଆରଧନା କରାଯାଇଥାଏ । ତେବେ ଆଜି ଏହି ପୂଜାର ଶେଷ ଦିନ ବା ସମାପନ ଦିବସ । ତେଣୁ ୪ ଦିନ ଧରି ଚାଲିଥିବା ଏହି ନିଷ୍ଠାର ବ୍ରତକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି ।

ଆଜି ପବିତ୍ର କାର୍ତ୍ତିକ ସପ୍ତମୀରେ ବଡି ଭୋରରୁ ବ୍ରତଧାରୀମାନେ ସୂର୍ଯ୍ୟଙ୍କୁ କୁଆଖାଇ ନଦୀପଠାରେ ଆସି ପୂଜା କରିଥିଲେ। ଜଳ ଅର୍ଘ୍ୟ ସହ ଅନ୍ୟାନ୍ୟ ଭୋଗ ଧୂପ ଦୀପ ନୈବେଦ୍ୟ ଦେଇ ମହିଳାମାନେ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ । ତେବେ ୪ ଦିନ ଧରି ଏହି ପୂଜା ହେଉଥିବା ବେଳେ ପ୍ରଥମ ଦୁଇଦିନ ସ୍ୱଳ୍ପ ଆହାର ବା ଖିରି ଖାଇ ପୂଜା କରିଥିଲେ ବ୍ରତଧାରୀ । ଆଉ ଶେଷ ଦୁଇଦିନ ନିର୍ଜଳା ବ୍ରତ କରିଥିଲେ । ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ସପ୍ତମୀରେ ଶେଷ ହେଉଥିବା ବେଳେ ଗତକାଲି ପୂଜାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରି ଏହି ପୂଜା କରାଯାଇଥିଲା । ଆଉ ଆଜି ଉଦୟଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିବା ସହ ଜଳ ଅର୍ଘ୍ୟ ଦିଆଯାଇ ପୂଜାକୁ ସମାପନ କରାଯାଇଛି ।

ତେବେ ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଛଟ ପର୍ବ ପାଳନ କରାଯାଏ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା' ଖୁସି ରହିଥାନ୍ତି । ଛଟର ପ୍ରଥମ ଦିନକୁ 'ନାହାୟ ଖାୟ' ଭାବରେ ପାଳନ କରାଯାଏ ଯେଉଁଥିରେ ଘର ସଫା କରିବା, ତା'ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ । ଦ୍ୱିତୀୟ ଦିନରେ ଭକ୍ତମାନେ ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଇଥାନ୍ତି ଯାହାକୁ ଖରନା କୁହାଯାଏ ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ଛଟପୂଜା ପାଳିଲେ ଶ୍ରଦ୍ଧାଳୁ

ସେହିପରି ତୃତୀୟ ଦିନରେ ଛଟ ପ୍ରସାଦ ତିଆରି ହୋଇଥାଏ । ପ୍ରସାଦ, ଚାଉଳ ଲଡୁ ଫଳ ଏବଂ ମିଠା ମଧ୍ୟ ଅନ୍ତର୍ଭୁକ୍ତ । ସନ୍ଧ୍ୟାରେ, ଅର୍ଘ୍ୟ ଏକ ବାଉଁଶ ଟୋକେଇରେ ସଜାଯାଏ ଏବଂ ପୋଖରୀ କିମ୍ବା ନଦୀ କୂଳରେ ସାମୂହିକ ଭାବରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ଚତୁର୍ଥ ଦିନରେ କାର୍ତ୍ତିକ ଶୁକ୍ଲା ସପ୍ତମୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ସାଧାରଣତଃ ମହିଳାମାନେ ଏହି ବ୍ରତ ରଖିଥାନ୍ତି । କାର୍ତ୍ତିକ ମାସର ଶୁକ୍ଲ ପକ୍ଷରେ ଛଟ ପର୍ବ ପାଳନ କରାଯାଏ । ଏଥିରେ ଛଟି ମା'ଙ୍କୁ ପୂଜା କରାଯାଏ । ମା'ଙ୍କୁ ପିଲାମାନଙ୍କୁ ପ୍ରତିପୋଷଣ କରିବାର ଦେବୀ ବୋଲି ବିବେଚନା କରାଯାଏ । ସମଗ୍ର ଦେଶରେ ଛଟି ମା'ଙ୍କ ପୂଜାର ଏକ ମହାନ ପରମ୍ପରା ଅଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 20, 2023, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.