ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥା: ବିଜେପି ପକ୍ଷରୁ ସେବା ସମବାୟ ଆଗରେ ବିକ୍ଷୋଭ

ଖୋର୍ଦ୍ଧାର ଟାଙ୍ଗୀ ସେବା ସମବାୟ ସମିତି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ସେବା ସମବାୟ ସମିତି ଆଗରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 29, 2021, 10:52 AM IST

Chaos in Rice mill: BJP protested in front of Service Cooperative Society in Khurda
ଧାନମଣ୍ଡିରେ ଅବ୍ୟବସ୍ଥା: ବିଜେପି ପକ୍ଷରୁ ସେବା ସମବାୟ ଆଗରେ ବିକ୍ଷୋଭ

ଖୋର୍ଦ୍ଧା: ଧାନ ମଣ୍ଡିରେ କଟନି ଛଟନି, ଅଖା ଦୁର୍ନୀତି ଏବଂ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ପ୍ରତିବାଦ କରି ବିଜେପି ପକ୍ଷରୁ ଟାଙ୍ଗି ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଜିଲ୍ଲାର ଟାଙ୍ଗି ବ୍ଲକ ସେବା ସମବାୟ ସମିତିରେ ଧାନ ମଣ୍ଡିରେ କଟନ ଛଟନି ଆଦି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ଟାଙ୍ଗି ସେବା ସମବାୟ ସମିତିରେ ଧାନ ମଣ୍ଡି ଚାଲିଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଅଚାନକ ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ଚାଷୀମାନଙ୍କଠାରୁ ବୁଝିଲେ ମିଲର ଏକ କ୍ବିଣ୍ଟାଲ ଧାନରେ ଅଢେଇରୁ ତିନି କେଜି ଧାନ କାଟୁଛନ୍ତି ଏବଂ ଚାଷୀକୁ ଅଖା ଦେଉନାହାନ୍ତି ।

ଏହା ଜାଣିବା ପରେ ବିଜେପି ପ୍ରତିନିଧି ମଣ୍ଡଳୀ ମିଲରକୁ ଏ ସଂପର୍କରେ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହାର ପ୍ରତିବାଦରେ ବିଜେପି ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ଠିକ୍‌ରେ କାର୍ଯ୍ୟକାରୀ ହେଉନଥିବାରୁ ଚାଷୀ ଶୋଷଣର ଶିକାର ହେଉଛି । ମିଲର ଏବଂ ସମବାୟ ସମିତି ମନଇଚ୍ଛା ଧାନ କିଣା ଯାଉଥିବା ନଜରକୁ ଆସିଛି ଯାହାକୁ ନେଇ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.