ETV Bharat / state

ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବ ଚନ୍ଦ୍ରଯାନ-3: ଶୁଭେନ୍ଦୁ ପଟ୍ଟନାୟକ

author img

By ETV Bharat Odisha Team

Published : Aug 24, 2023, 4:24 PM IST

ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବ ଚନ୍ଦ୍ରଯାନ-3 । ପ୍ରଜ୍ଞାନର ଆଗାମୀ କାର୍ଯ୍ୟ କଣ ରହିବ ସେ ନେଇ ସୂଚନା ଦେଲେ ପଠାଣି ସାମନ୍ତ ପ୍ଲାନେଟୋରିଅମର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବ ଚନ୍ଦ୍ରଯାନ-3

ଭୁବନେଶ୍ବର: ବିଶ୍ବସୃଷ୍ଟିର ରହସ୍ୟ ଖୋଜିବ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ବୁଧବାର ଲ୍ୟାଣ୍ଡ କରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମଠୁ ଅଲଗା ହୋଇ ଚନ୍ଦ୍ରରେ ଚଳପ୍ରଚଳ ଆରମ୍ଭ କରିଛି । ପ୍ରଜ୍ଞାନର ଆଗାମୀ କାର୍ଯ୍ୟ କଣ ରହିବ ସେ ନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିଅମର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଚନ୍ଦ୍ରପୃଷ୍ଠରେ କଣ ସବୁ ମୌଳିକ ପଦାର୍ଥ ରହିଛି, ପ୍ରାୟ ଅଧା କିଲୋମିଟର ଅଞ୍ଚଳରେ ରୋଭର ବୁଲି ବୁଲି ଏହି ତଥ୍ୟ ସଂଗ୍ରହ କରିବ ବୋଲି ସେ କହିଛନ୍ତି ।

ଏ ନେଇ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, " ରୋଭର ପାଖରେ 2ଟି ଯନ୍ତ୍ର ରହିଛି । ଏହି 2ଟି ଯନ୍ତ୍ର ମାଧ୍ୟମରେ ସେ ମୃତ୍ତିକାର ରାସାୟନିକ ଗଠନ ନିର୍ଣ୍ଣୟ କରିବ । ଏହାଛଡା ଚନ୍ଦ୍ରପୃଷ୍ଠରେ କଣ ସବୁ ମୌଳିକ ପଦାର୍ଥ ରହିଛି, ଯେପରିକି ଆଲମୁନିୟମ, କ୍ୟାଲସିୟମ, ମାଗ୍ନେସିୟମ ଆଦି ତାର ପରୀକ୍ଷା ନିରୀକ୍ଷା ହେବ । ଏ ସମ୍ବଳିତ ତଥ୍ୟ ରୋଭର ପଠାଇବ । ପ୍ରାୟ ଅଧା କିଲୋମିଟର ଅଞ୍ଚଳରେ ରୋଭର ବୁଲି ବୁଲି ଏହି ତଥ୍ୟ ସଂଗ୍ରହ କରିବ । ସେଠାରେ ଜଳସତ୍ତା ଅଛି କି ନାହିଁ ତାର ମଧ୍ୟ ଅନୁସନ୍ଧାନ କରିବ । ସେହିପରି ଲ୍ୟାଣ୍ଡର ମଧ୍ୟ ପୃଷ୍ଠଭାଗରେ କଣ ରହିଛି ତାର ଅନୁସନ୍ଧାନ କରିବ । କିଛି ଭୂମିତଳର ପଦାର୍ଥର ସ୍ଥିତି ମଧ୍ୟ ଯାଞ୍ଚ କରିବ ।"

ଏହା ବି ପଢନ୍ତୁ- ଚନ୍ଦ୍ରଯାନ-୩ରେ ଓଡ଼ିଶାର ଅବଦାନ, CTTC କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସେଲିବ୍ରେସନ

ବଡ଼ କଥା ହେଲା ବିଶ୍ବସୃଷ୍ଟିର ରହସ୍ୟ ଏହିଠାରେ ଲୁଚି ରହିଛି । ଏହାକୁ ଖୋଜି ବାହାର କରିବ ଚନ୍ଦ୍ରଯାନ-3 । ଏଠାରେ ରହିଥିବା ଖାଲଗୁଡ଼ିକରେ ଆଲୋକ ପଡୁନାହିଁ । ଯଦି ଏଠାରେ ଜୀବସତ୍ତା ଥାଏ ତେବେ କୋଟି କୋଟି ବର୍ଷ ଧରି ଏହା ସେହିପରି ରହିଥିବ ବୋଲି ଅନୁମାନ କରାଯାଉଛି । ବିଯୁକ୍ତ ୨୫୦ ଡିଗ୍ରୀରେ ରହିଛି ଏହି ଅଞ୍ଚଳ । ତେଣୁ ଜୀବସତ୍ତାର ସନ୍ଧାନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଚନ୍ଦ୍ରଯାନ-3ର ସଫଳତା ବିଶ୍ବ ଦରବାରରେ ଭାରତକୁ ପ୍ରତିଷ୍ଠିତ କରିଛି । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛି ଇସ୍ରୋ । କମ ବଜେଟରେ ରକେଟ ପଠାଇବାରେ ଭାରତ ସାରା ବିଶ୍ବରେ ଏକ ବିଶ୍ବାସ ସୃଷ୍ଟି କରିପାରିଛି ।

ଏହି ସଫଳତା ପରେ ଏବେ ଅନେକ ଦେଶ ମହାକାଶ ଗବେଷଣା ପାଇଁ ଭାରତର ସହଯୋଗ ଲୋଡ଼ିବେ । ଯାହାକି ବିଦେଶୀ ଅର୍ଥ ଭାରତକୁ ଆସିବାର ବାଟ ଫିଟାଇଛି ଚନ୍ଦ୍ରଯାନ-3 । ଅନେକ ଦେଶ ଏବେ ଇସ୍ରୋ ସହାୟତାରେ ଭାରତରେ ମହାକାଶ ଗବେଷଣା ପାଇଁ ଚିନ୍ତା କରୁଛନ୍ତି । ଯାହାକି ଚନ୍ଦ୍ରଯାନ-3ର ସଫଳତା ପାଇଁ ସମ୍ଭବ ହୋଇପାରିଛି । ଚନ୍ଦ୍ରରେ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ରହିଥିଲା । ନିକଟରେ ଋଷର ଲୁନା-25 ଲ୍ୟାଣ୍ଡିଂରେ ବିଫଳ ହୋଇ କ୍ରାସ୍‌ ହୋଇଯାଇଥିଲା ।

ତେଣୁ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ଏକ ବଡ଼ ଆହ୍ବାନ ଥିଲା । ତେବେ ଶେଷ ୨୦ ମିନିଟରେ ସଫଳତାର ସହିତ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲା । ଏଥିସହ ମହାକାଶ ବିଜ୍ଞାନ କ୍ଷେତ୍ରରେ ସାରା ବିଶ୍ବରେ ଯୋଡ଼ି ହୋଇଗଲା ସ୍ବର୍ଣ୍ଣିମ ଅଧ୍ୟାୟ । ଏବେ ରୋଭର ୧୪ ଦିନ ଧରି ଚନ୍ଦ୍ର ପୃଷ୍ଠରେ ବୁଲି ତଥ୍ୟ ସଂଗ୍ରହ କରିବ । ଦକ୍ଷିଣ ମେରୁରେ ବିଶ୍ବରେ ପ୍ରଥମ ଦେଶ ଭାବେ ଭାରତ ଏହି ଇତିହାସ ତିଆରି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.