ETV Bharat / state

ଘନ କୁହୁଡି ସାଜିବନି ବିମାନ ଲ୍ୟାଣ୍ଡିଙ୍ଗରେ ବାଧକ, ଭୁବନେଶ୍ବର ଏୟାରପୋର୍ଟରେ ହେବ କ୍ୟାଟ-2 ଭିଜନ - Plane Landing in Fog

CAT II System in Bhubaneswar Airport : ରହିବନି ଆଉ ଘନ କୁହୁଡିରେ ବିମାନ ଅବତରଣର ସମସ୍ୟା । ଭୁବନେଶ୍ବର ବିମାନ ବନ୍ଦରରେ ଲାଗିବ କ୍ୟାଟ-2 ଭିଜନ ବ୍ୟବସ୍ଥା । ଅଧିକ ପଢନ୍ତୁ

ଘନ କୁହୁଡି ସାଜିବନି ବିମାନ ଲ୍ୟାଣ୍ଡିଙ୍ଗରେ ବାଧକ, ଭୁବନେଶ୍ବର ଏୟାରପୋର୍ଟରେ ହେବ କ୍ୟାଟ-2 ଭିଜନ

author img

By ETV Bharat Odisha Team

Published : Jan 3, 2024, 8:05 PM IST

ଭୁବନେଶ୍ବର : ଶୀତଋତୁରେ ଘନ କୁହୁଡି ସାଧାରଣତଃ ଗମନାଗମନରେ ବାଧା ସୃଷ୍ଟି କରିଥାଏ । ତେବେ ବିଶେଷକରି ବିମାନ ଉଡାଣ କ୍ଷେତ୍ରରେ ଅନେକ ସମୟରେ ବିମାନର ପାଇଲଟ କୁ କୁହୁଡି ବିପଦ ହୋଇଥାଏ । ଏଥିପାଇଁ ବିମାନ ଚଳାଚଳ ରଦ୍ଦ ହୋଇଥାଏ । ସେହିପରି ବିମାନକୁ ଅବତରଣ କରିବା ସମୟରେ କୁହୁଡି ଲାଇନ ଠିକ ଭାବରେ ଦୃଶ୍ୟମାନ ହୋଇନଥାଏ । ତେବେ ଏଣିକି ଘନ କୁହୁଡିରେ ମଧ୍ୟ ପାଇଲଟକୁ ଦୃଶ୍ୟମାନ ହେବ ରନୱେ । ଏପରି ବ୍ୟବସ୍ଥା ହେବାକୁ ଯାଉଛି ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ । ଭୁବନେଶ୍ବର ବିମାନ ବନ୍ଦରରେ ସମ୍ପ୍ରସାରିତ ହେଉଛି କ୍ୟାଟ-2 ଭିଜନ ବ୍ୟବସ୍ଥା ।

ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦର 40 କୋଟି ଟଙ୍କା ବ୍ୟୟରେ ରନୱେରେ ସେଣ୍ଟର ଲାଇଟ ଲଗାଯାଇଛି । ଏହି ଲାଇଟ ବିଶେଷ ଭାବରେ ରନୱେର ତଳେ ରହିବ । ତେବେ ଏହି ଲାଇଟର ବ୍ୟବସ୍ଥା ମାର୍ଚ୍ଚ 31 ସୁଦ୍ଧା ସରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପରେ ଭୁବନେଶ୍ଵର ବିମାନ ବନ୍ଦରରେ ଅପଗ୍ରେଡେଡ୍ ଇନଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ। ଯାହା ଦ୍ଵାରା କି 300 ମିଟର ଯାଏଁ ଦୃଶ୍ୟମାନରେ ବିମାନ ଅବତରଣ କରିପାରିବ । ଏବେ ଭୁବନେଶ୍ବର ବିମାନ ବନ୍ଦରରେ 500 ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି ।

ଏହା ମଧ୍ୟ ପଢନ୍ତୁ .... କୁହୁଡି ପାଇଁ ରାଉରକେଲାରୁ ଉଡିପାରୁନି ବିମାନ, ଯାତ୍ରୀ ହନ୍ତସନ୍ତ

କ୍ୟାଟ-2 ବ୍ୟବସ୍ଥା ପାଇଁ ରାଜ୍ୟ ସରକାର 2 ଏକର ଜମି ବିମାନ ବନ୍ଦର ନାମରେ କରିଥିଲେ । ମାତ୍ର ଏହି ସମସ୍ତ ଜମିକୁ ଜବରଦଖଲ ସମସ୍ୟା ଲାଗିରହିଛି । ଯାହା ଫଳରେ ଅନେକ ଯୋଜନା ଅଧାରେ ରହିଯାଉଛି । ତେବେ ଏନେଇ ରାଜ୍ୟ ସରକାର ଶୀଘ୍ର ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯାହା ଦଳରେ ଶୀଘ୍ର ଜମି ମିଳିଲେ ମେ ସୁଦ୍ଧା ଭୁବନେଶ୍ଵର ବିମାନ ବନ୍ଦର ହୋଇପାରିବ କ୍ୟାଟ-2 ଦୃଶ୍ୟମାନ ବିମାନ ବନ୍ଦର ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।

ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନ ବନ୍ଦର ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି । କିଛି ମାସ ପୂର୍ବେ ନୂଆ କରି ନିଜସ୍ଵ ଏଟିସି ର ଶୁଭାରମ୍ଭ କରିଥିବା ବେଳେ ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଏହା ସହ ଧୀରେ ଧୀରେ ମଧ୍ୟ ଦେଶର ଅନେକ ଛୋଟ ବଡ଼ ସହର ବିମାନ ସେବାର ମଧ୍ୟ ବୃଦ୍ଧି ପାଉଛି । ଏପରିକି ଭୁବନେଶ୍ବର ବିମାନ ବନ୍ଦରରୁ ବିଦେଶକୁ ଯାତାୟାତ କରିବା ସମ୍ଭବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.