ETV Bharat / state

ବାଣୀବିହାରରେ JNU ପ୍ରଫେସରଙ୍କୁ ମାଡ ଘଟଣା, OHRCରେ ମାମଲା - ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ

ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କୁ ମାଡ ଘଟଣା । ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ । ଅଧିକ ପଢ଼ନ୍ତୁ

ବାଣୀବିହାରରେ JNU ପ୍ରଫେସରଙ୍କୁ ମାଡ ଘଟଣା
unrest at utkal university
author img

By

Published : Feb 17, 2023, 6:40 PM IST

ବାଣୀବିହାରରେ JNU ପ୍ରଫେସରଙ୍କୁ ମାଡ ଘଟଣା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କୁ ମାଡ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ଏବେ ବି ବିଶ୍ୱବିଦ୍ୟାଳୟ ଭିତରେ ବେଆଇନ ଭାବେ ଅନେକ ଅଣଛାତ୍ର ରହୁଛନ୍ତି । ସେମାନଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି । ବିଶ୍ବବିଦ୍ୟାଳୟରେ ଦେଖା ଦେଇଥିବା ହିଂସା ଘଟଣାରେ ମାତ୍ର ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଠାରେ ଉପସ୍ଥିତ ଅନ୍ୟ ଅଣଛାତ୍ରଙ୍କୁ ମଧ୍ୟ ଗିରଫ କରିବାକୁ ସିଟିଜେନ୍ ଫୋରମ ପକ୍ଷରୁ ରାଜ୍ୟ ମାନବାଧିକାର ନିକଟରେ ମାମଲା ରୁଜୁ ହୋଇଛି ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଆଲୋଚନା ଚକ୍ର ଚାଲିଥିବା ସମୟରେ ଘଟିଥିବା ଉତ୍ତେଜନା ଘଟଣାକୁ 5 ଦିନ ବିତିଲାଣି । ତଥାପି ପୋଲିସ ଚୁପ ବସିଛି । ଘଟଣା ଦିନ ଅନେକ ଅଣଛାତ୍ର ଏକାଠି ହୋଇ ଜେଏନୟୁ ପ୍ରଫେସରଙ୍କ ଉପରେ ଆକ୍ରମଣ କରିଥିଲେ । ମାତ୍ର କେବଳ ଦୁଇ ଜଣଙ୍କୁ ଗିରଫ କରି ପୋଲିସ ଚୁପ ବସିପଡ଼ିଥିବା ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି । ଏବେ ଅନ୍ୟମାନେ ବିଶ୍ବବିଦ୍ୟାଳୟ ପରିସରରେ ଖୁଲମଖୁଲା ବୁଲୁଛନ୍ତି । ଯାହାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଯେ, "ଯେଉଁମାନେ ସେହି ଘଟଣାରେ ସମ୍ପୃକ୍ତ ଥିଲେ ପ୍ରାୟ 8 ଜଣ ଖୁଲମଖୁଲା ଭାବରେ ବୁଲୁଛନ୍ତି । ସେହି ବିଶ୍ଵବିଦ୍ୟାଳୟର ହଷ୍ଟେଲରେ ରହୁଛନ୍ତି । ପୋଲିସ ଉପରେ ରାଜନୈତିକ ଚାପ ରହୁଛି । ତେଣୁ ପୋଲିସ ସେମାନଙ୍କୁ ଗିରଫ ନକରି ଚୁୁପ ବସିପଡ଼ିଛି ।" ଏଥି ଯୋଗୁଁ ପୋଲିସ ଉପରେ ସନ୍ଦେହ ବଢିଛି ବୋଲି କହିଛନ୍ତି ପ୍ରଦୀପ ନାୟକ ।

ଏହା ମଧ୍ୟ ପଢ଼ନ୍ତୁ: ବାଣୀବିହାରରେ ଛାତ୍ର ଅଶାନ୍ତି, ରାଜ୍ୟପାଳଙ୍କ ଫେରାଦ ହେଲେ ଏବିଭିପି ଓ କଂଗ୍ରେସ

ସୂଚନା ଅନୁଯାୟୀ, ସିଟିଜେନ୍ ଫୋରମ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିଲା ଏକ ଆଲୋଚନା ଚକ୍ର । ଯେଉଁଥିରେ "ଭାରତୀୟ ସମ୍ବିଧାନ ଏବଂ ଶିକ୍ଷା' ଓ "ଜାତୀୟ ଶିକ୍ଷାନୀତି -୨୦୨୦' ଦୁଇଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ଚକ୍ରରେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁରଜିତ ମଜୁମଦାର ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟ ସମୟରେ କିଛି ଯୁବକ ହଠାତ୍ ଗୃହ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସଭା ବନ୍ଦ କରିବାକୁ ଆଗେଇ ଆସିଥିଲେ । ଏହାପରେ ଆୟୋଜକଙ୍କ ସହ କିଛି ସମୟ ଯୁକ୍ତିତର୍କ ହେବାବେଳେ ଉକ୍ତ ଗୋଷ୍ଠୀ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ସହିଦ ନଗର ପୋଲିସ ଦୁଇ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.