ETV Bharat / state

ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା; ପଟିଆକୁ ହେବ ସ୍ଥାନାନ୍ତର

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍‌ । ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା କରିଛନ୍ତି ସରକାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 19, 2023, 11:21 AM IST

ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା
ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା

ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ପଟିଆକୁ ଉଠିଯିବ କ୍ୟାପିଟାଲ ହସ୍ପିଟାଲ୍‌ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୩୫ ଏକର ଜାଗା ଯୋଗାଇ ଦିଆଯିବ । ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛନ୍ତି । ଏହାସହିତ ୟୁନିଟ୍‌ ୬ ଭିତ୍ତିଭୂମି, ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ଓ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟରେ ଲଗାଇବାକୁ ବିଚାର କରାଯାଉଛି ।

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ୟାପଟାଲ ହସ୍ପିଟାଲକୁ ମଧ୍ୟ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି । ରାଜଧାନୀର ପଟିଆ ଅଞ୍ଚଳରେ ଜନସଂଖ୍ୟା ବଢୁଥିବାରୁ ଏବଂ ସେଠାରେ ବିଭିନ୍ନ ପ୍ରକାର ସୁବିଧା ରହିଥିବାରୁ କ୍ୟାପିଟାଲ ହସ୍ପିଟାଲ ସେ ଅଞ୍ଚଳରେ ସ୍ଥାପନ କରାଯିବ । ଏହି ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ ଗୁଣା ବୃଦ୍ଧି ପାଇବ । ଏଥିପାଇଁ ପଟିଆ-ଚନ୍ଦ୍ରଶେଖରପୁର-ଗାଡ଼କଣ ଅଞ୍ଚଳରେ ୩୫ ଏକର ଜାଗା ଯୋଗାଇଦେବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର

ଦୀର୍ଘ ବର୍ଷ ଧରି ୟୁନିଟ୍ ୬ ଅଞ୍ଚଳରେ ରହିଛି କ୍ୟାପିଟାଲ ହସ୍ପିଟାଲ୍‌ । ଏହି ଅଞ୍ଚଳ ଉଚ୍ଚ ସୁରକ୍ଷା ବଳୟ ଭିତରେ ରହୁଥିବା ବେଳେ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ବିମାନ ବନ୍ଦର, ସଚିବାଳୟ, ବିଧାନସଭା, ଭିଆଇପି କ୍ବାର୍ଟର୍ସ, ଓୟୁଏଟି ଇତ୍ୟାଦିକୁ ଲାଗି ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ସବୁବେଳେ ଜାମ୍ ରହୁଛି । ଆଗକୁ ଯଦି କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମିକୁ ବଢ଼ାଯାଏ, ତେବେ ଏହି ଅଞ୍ଚଳରେ ଟ୍ରାଫିକ୍ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି ହେବ । ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଉପରେ ସରକାର ବିଚାର କରିଛନ୍ତି । ତେବେ ଏହି କ୍ୟାପିଟାଲ ହସ୍ପିଟାଲରେ ଏବେ ୭୫୦ ଶଯ୍ୟା ରହିଛି । ଏହା ସ୍ଥାନାନ୍ତର ହେବା ପରେ ଶଯ୍ୟା ସଂଖ୍ୟା ୩,୨୦୦କୁ ବୃଦ୍ଧି କରାଯିବ ।

ଏହି ଶଯ୍ୟାକୁ କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ରେ ଦୁଇ ଭାଗରେ ବିଭକ୍ତ କରାଯିବ । ୫୦୦ ଲୋକ ବସିବା ଭଳି ଅଡିଟୋରିୟମ୍‌ ଓ ୨ ହଜାର କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ହେବ । ଏଥିପାଇଁ ୬୫୦ ସରକାରୀ କ୍ବାର୍ଟର୍ସ ଖାଲି କରିବା ସହିତ ୫୦୦ ବସ୍ତି ଲୋକଙ୍କୁ ହଟାଇବାକୁ ପଡ଼ିବ । ତେଣୁ କ୍ୟାପିଟାଲ ହସ୍ପିଟାଲ୍‌କୁ ଦୁଇ ଭାଗ କରି ରାଜଧାନୀର ଦୁଇ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ନଭେମ୍ବର ୨ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.