ETV Bharat / state

ଝାରସୁଗୁଡାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ: ସ୍ୱାସ୍ଥ୍ୟ ସଚିବ

author img

By

Published : Dec 4, 2022, 7:37 AM IST

ଝାରସୁଗୁଡାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ । ସରକାରୀ ଓ ବେସରକାରୀ ସହଭାଗିତାରେ ହସ୍ପିଟାଲ ନିର୍ମାଣ ହେବ । ଅଧିକ ପଢନ୍ତୁ

ଝାରସୁଗୁଡାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ

ଭୁବନେଶ୍ବର: ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର । ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ । ସରକାରୀ ଓ ବେସରକାରୀ ସହଭାଗିତାରେ ନିର୍ମାଣ ହେବ ହସ୍ପିଟାଲ । ୫.୬୫ ଏକର ଜମିରେ ୧୬୮.୭୨ କୋଟି ଟଙ୍କା ପୁଞ୍ଜିନିବେଶ ଦ୍ଵାରା ବେସରକାରୀ ସହଭାଗିତାରେ ଝାରସୁଗୁଡ଼ାରେ ୧୨୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ଏହା ସହିତ ୧୦୦ ଶଯ୍ୟା ବିଶିଷ୍ଟ ହୃଦରୋଗ ସମ୍ବନ୍ଧୀୟ ସ୍ଵତନ୍ତ୍ର ହସ୍ପିଟାଲ ଝାରସୁଗୁଡ଼ାରେ ସ୍ଥାପନ କରାଯିବ । ଏହା ସହ କାଡେଲା ଫାର୍ମାସ୍ଫୁଟିକାଲ ଲିମିଟେଡ଼ ପ୍ରାଥମିକ ଭାବେ ୧୦୦ କୋଟି ଟଙ୍କାର ମେଡ଼ିକାଲ ଡିଭାଇସ ମ୍ୟାନୁଫ୍ୟାକ୍ଚର ୟୁନିଟ ଭୁବନେଶ୍ୱର ମଲ୍ଲିପଦାରେ ସ୍ଥାପନ ଲାଗି ପ୍ରତିଶ୍ରୁତି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ (Health Secretary Shalini Pandit)।

ସେ କହିଛନ୍ତି ଯେ, ''ମେକ ଇନ ଓଡ଼ିଶାରେ ରାଜ୍ୟର ସ୍ଵାସ୍ଥ୍ୟକ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ସଂପର୍କରେ ଆଲୋଚନା ହୋଇଛି । ସ୍ଵାସ୍ଥ୍ୟ ଯତ୍ନରେ ଓଡ଼ିଶାର ସାମର୍ଥ୍ୟ, ସରକାରଙ୍କ ତରଫରୁ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଜମି ଯୋଗାଣ ଏବଂ ପିପିପି ମୋଡ଼ରେ ହସ୍ପିଟାଲ ନିର୍ମାଣ ନେଇ ଆଲୋଚନା ହୋଇଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ‘ଓଡ଼ିଶାରେ ସାର୍ବଜନୀନ ସ୍ଵାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସୁଯୋଗ’ ଶୀର୍ଷକ ଏକ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧୀନରେ ରାଜ୍ୟ ତଥା ରାଜ୍ୟ ବାହାରର ଫାର୍ମାସ୍ଫୁଟିକାଲ କମ୍ପାନୀ, ଦକ୍ଷତା ବିକାଶ ଗବେଷଣା ଅନୁଷ୍ଠାନ, ହସ୍ପିଟାଲ ଅପରେଟର୍ସ, ମେଡିକାଲ କଲେଜ, ନାଗରିକ ସମାଜ, ମେଡିକାଲ୍ ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା ମୁଖ୍ୟ ଅଂଶୀଦାର ଭାବେ ଯୋଗ ଦେଇଛନ୍ତି'' ।

ଏହା ମଧ୍ୟ ପଢନ୍ତୁ-Make in Odisha conclave: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

''ଅଧବେଶନ ଦୁଇ ପ୍ରମୁଖ ଭାଗରେ ଅନୁଷ୍ଠିତ ହୋଇଛି । ପ୍ରଥମ ଅଧିବେଶନରେ ରାଜ୍ୟରେ ବେସରକାରୀ ସ୍ତରରେ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଥିବା କମ୍ପାନୀମାନଙ୍କର ଯୋଜନା, ଲକ୍ଷ୍ୟ, ପ୍ରମୁଖ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିବାବେଳେ ଦ୍ଵିତୀୟ ଅଧବେଶନରେ ମେଡିକାଲ ଏବଂ ଫାର୍ମାସୁଟିକାଲ ଓ ଶିଳ୍ପାଦ୍ୟୋଗୀ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରାଯାଇଥିଲା, ୨୦୨୫ ପାଇଁ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟକ୍ରମ ସଂପର୍କରେ ସେମାନେ ମତବ୍ଯକ୍ତ କରିଥିଲେ'' ।

ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଶଙ୍କର କ୍ୟାନସର ଫାଉଣ୍ଡେସନର ପରିଚାଳନା ଟ୍ରଷ୍ଟି ଡା. ବି. ଏସ୍. ଶ୍ରୀନାଥ, ଓଡ଼ିଶା କ୍ୟାନସର କେୟାର ପ୍ରୋଜେକ୍ଟର ଉପଦେଷ୍ଟା ଡା. ଦିନେଶ ପେଣ୍ଡାର, ଏମ୍ସ ଦରଭଙ୍ଗାର ନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ମାଧବାନନ୍ଦ କର, ଟାଟା ମେମୋରିଆଲ୍‌ କ୍ୟାନ୍‌ସର ସେଣ୍ଟର ବାରଣାସୀର ନିର୍ଦ୍ଦେଶକ ପ୍ରଫେସର ସତ୍ୟଜିତ ପ୍ରଧାନ, ହେମଲତା ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଭୁବନେଶ୍ଵରର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଅରବିନ୍ଦ ରଥ, ଗ୍ଲେନ୍‌ମାର୍କ ଫାର୍ମାସ୍ଫୁଟିକାଲର ଉପସଭାପତି ଅନୁରାଗ ଖେରା, ଡ. ରେଡି ଲାବୋରେଟୋରିଜ୍‌ର ଉପସଭାପତି ଆନନ୍ଦ ଗର୍ଗ, ଆର୍‌ଓସିଏଚ୍‌ଇର ପ୍ରତିନିଧି ଡା. ମୋନିକା ପୁରୀ, ସାଲ ହେଲଥ୍ ଆଣ୍ଡ ଏଜୁକେସନ୍ ଟ୍ରଷ୍ଟର ଅଧିକାରୀ ରବିକିରନ୍ ଶ୍ରୀପଦ ପ୍ରମୁଖ ସାମିଲ ହୋଇଛନ୍ତି । NHM ନିର୍ଦ୍ଦେଶିକା ଡି ବୃନ୍ଦା ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.