ETV Bharat / state

କେବେ ଦୂର ହେବ ଖୋର୍ଦ୍ଧାର କ୍ୟାବିନ ସମସ୍ୟା ? - cabin problem in khudra

ରାଜ୍ୟର ପ୍ରମୁଖ ସହର ଖୋର୍ଦ୍ଧା । ଏଠି ବର୍ତ୍ତମାନ ବେକାରୀ ସଂଖ୍ୟା ଯେତିକି କ୍ୟାବିନ ସଂଖ୍ୟା ମଧ୍ୟ ସେତିକି । ଯାହା ବଢାଉଛି ଟ୍ରାଫିକ ସମସ୍ୟା । ଗାଡି ପାର୍କିଂ କରିବାକୁ ଜାଗା ନାହିଁ । ସେପଟେ କାହାରି ଏଥିପ୍ରତି ଦୃଷ୍ଟି ନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 5, 2019, 8:20 PM IST

ଖୋର୍ଦ୍ଧା: ବଦଳୁନି ଖୋର୍ଦ୍ଧା ସହରର ଚିତ୍ର । ଏପଟେ ସହର ପାଇଁ ଟେନସନ ସାଜିଛି ବର୍ଦ୍ଧିତ କ୍ୟାବିନ ସଂଖ୍ୟା । ସହରର ପ୍ରମୁଖ ରାସ୍ତା ମୁକୁନ୍ଦପ୍ରସାଦ ଛକ ଠାରୁ ଚଣ୍ଡୀଚୁଆ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଥାନା, ପୌରପରିଷଦ କାର୍ଯ୍ୟାଳୟର ଚାରିପଟେ କ୍ୟାବିନ ବ୍ୟବସାୟ ଚାଲିଛି । ଏପରିକି ଏହି ସହର ଦେଇ ଦକ୍ଷିଣ ଓଡ଼ିଶା ଠାରୁ ପଶ୍ଚିମ ଓଡିଶା ଯାଏଁ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ବେଳେ କ୍ୟାବିନ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଦିନକୁ ଦିନ କ୍ୟାବିନ ସଂଖ୍ୟା ବଢୁଥିବା ବେଳେ ବ୍ୟବସାୟୀଙ୍କ ଥଇଥାନ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

2003 ମସିହାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଉଚ୍ଚସ୍ତରୀୟ ବୈଠକରେ ସହରର 540 କ୍ୟାବିନ ବ୍ୟବସାୟୀଙ୍କୁ ସ୍ଥାନୀୟ ହାବେଳି ପଡିଆଠାରେ ଥଇଥାନ ପାଇଁ ଜମି ଚିହ୍ନଟ ହୋଇଥିଲା । ଏପରିକି ଉକ୍ତ ହାବେଳି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ପୌରପରିଷଦ ପକ୍ଷରୁ ପ୍ରତି ବ୍ୟବସାୟୀ 3 ହଜାର ଟଙ୍କା ଲେଖାଏଁ ମଧ୍ୟ ପୈଠ ହୋଇଥିଲା । ମାତ୍ର ଉକ୍ତ ଥଇଥାନ ପ୍ରକଳ୍ପକୁ ଇତି ମଧ୍ୟରେ 16ବର୍ଷ ବିତିଯାଇଥିଲେ ବି ଆଗେଇନି କାମ । ଏପଟେ ବିଧାୟକ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବାସ୍ତବରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ନା ପୁର୍ବ ପରି କେବଳ କାଗଜପତ୍ରରେ ସୀମିତ ରହିବ ତାକୁ ନେଇ ଚିନ୍ତାରେ ବ୍ୟବସାୟୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋର୍ଦ୍ଧା କ୍ୟାବିନ ସମସ୍ୟାର ଥଇଥାନ କେବେ

ଐତିହାସିକ ସହର ଖୋର୍ଦ୍ଧା ଏବେ କ୍ୟାବିନମୟ । ଦିନଥିଲା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧା ସହର ଦେଶରେ ବେଶ ଚର୍ଚ୍ଚିତ ଥିଲା । ରାଜ୍ୟର ଏକ ନମ୍ବର ଜିଲା ବୋଲାଉଥିବା ଖୋର୍ଦ୍ଧା ସହରରେ ଦୀର୍ଘଦିନ ହେବ କ୍ୟାବିନ ସମସ୍ୟା ଲାଗିରହିଛି । ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି କ୍ୟାବିନ ବ୍ୟବସାୟୀଙ୍କ ଥଇଥାନ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି । ପ୍ରଶାସନର ଆନ୍ତରିକତା ଅଭାବରୁ କ୍ୟାବିନ ଥଇଥାନ ପ୍ରକଳ୍ପ ସ୍ଥାଣୁ ପଲଟିଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି ।

Body:1960ମସିହାରେ ଖୋର୍ଦ୍ଧାକୁ ସହରାଞ୍ଚଳର ମାନ୍ୟତା ମିଲିଥିଲା । ପରବର୍ତୀ ସମୟରେ 1993 ମସିହା ଠାରୁ ରାଜ୍ୟର ଏକ ନମ୍ବର ଜିଲା କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲାର ସଦରମହାକୁମା ଏଠାରେ ଚାଲିଛି । ବେଳେକୁ ବେଳ ସହରର ବେକାରୀ ସଂଖ୍ୟା ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ କ୍ୟାବିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଇକ ବିଦ୍ରୋହର ଗଣବିପ୍ଳବ ଏହି ମାଟିରୁ ଆରମ୍ଭ ହୋଇଥିବା ବେଳେ ଆଜି ଏ ସହର ପଲଟିଛି କ୍ୟାବିନ ସହର । ସହରର ପ୍ରମୁଖ ରାସ୍ତା ମୁକୁନ୍ଦପ୍ରସାଦ ଛକ ଠାରୁ ଚଣ୍ଡୀଚୁଆ , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ଥାନା,ପୋୖର ପରିଷଦ କାର୍ଯ୍ୟାଳୟର ଚାରିପଟେ କ୍ୟାବିନ ବ୍ୟବସାୟ ଚାଲିଛି ।ଏପରିକି ଏହି ସହର ମଧ୍ୟ ଦେଇ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଯାଇଥିବା ବେଳେ ଉକ୍ତ ରାସ୍ତାରେ ଦକ୍ଷିଣ ଓଡ଼ିଶା ଠାରୁ ପଶ୍ଚିମ ଓଡିଶା ଯାଏଁ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ବେଳେ କ୍ୟାବିନ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

ବାଇଟ1-ପ୍ରଫୁଲ କୁମାର ସାମନ୍ତରାୟ,ସ୍ଥାନୀୟ ବାସିନ୍ଦା
2-ପ୍ରଭାତ କୁମାର ଖୁଣ୍ଟିଆ,ସ୍ଥାନୀୟ ବାସିନ୍ଦା

2003 ମସିହାରେ ଜିଲା ପ୍ରଶାସନ ତରଫରୁ ଏକ ଉଚ୍ଚ ସ୍ତରୀୟ ବୈଠକରେ ସହରର 540କ୍ୟାବିନ ବ୍ୟବସାୟୀଙ୍କୁ ସ୍ଥାନୀୟ ହାବେଳି ପଡିଆ ଠାରେ ଥଇଥାନ ପାଇଁ ଜମି ଚିହ୍ନଟ ହୋଇଥିଲା । ଏପରିକି ଉକ୍ତ ହାବେଳି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ପୋୖର ପରିଷଦ ପକ୍ଷରୁ ପ୍ରତି ବ୍ୟବସାୟୀ 3ହଜାର ଟଙ୍କା ଲେଖାଏଁ ପୈଠ କରିଥିଲେ । ମାତ୍ର ଉକ୍ତ ଥଇଥାନ ପ୍ରକଳ୍ପକୁ ଇତି ମଧ୍ୟରେ 16ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଘୁଞ୍ଚି ଘୁଞ୍ଚି ଯାଉଛି । ଉକ୍ତ ପ୍ରକଳ୍ପ ନିମନ୍ତେ ନିଷ୍ପତ୍ତି ସମୟରେ ସେହି ସମୟର ବିଧାୟକ ଏବେ ପୁନର୍ବାର ବିଧାୟକ ହୋଇଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବାଇଟ3-ଶକ୍ତିସଙ୍କର ମିଶ୍ର,ବୁଦ୍ଧିଜୀବୀ
4-ଜ୍ୟୋତିନ୍ଦ୍ର ନାଥ ମିତ୍ର,ବିଧାୟକ

Conclusion:ବାସ୍ତବରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ନା ପୁର୍ବପରି କେବଳ କାଗଜପତ୍ରରେ ସୀମିତ ରହିବ ତାକୁ ନେଇ ଚିନ୍ତାରେ ବ୍ୟବସାୟୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.