ETV Bharat / state

Byelection 2023: ମେ’ 10ରେ ଓଡିଶା ସମେତ 4 ରାଜ୍ୟରେ ଉପନିର୍ବାଚନ - Byelection date declared

ଆସନ୍ତା ମେ’ 10 ତାରିଖରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶା ସମେତ ଅନ୍ୟ 4 ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଝାରସୁଗୁଡା ଉପନିର୍ବାଚନ
Jharsuguda by election
author img

By

Published : Mar 29, 2023, 12:37 PM IST

Updated : Mar 29, 2023, 1:27 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: ବାଜିଲା ଝାରସୁଗୁଡା ଉପନିର୍ବାଚନ ବିଗୁଲ । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ଝାରସୁଗୁଡା ସମେତ 5 ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ମେ’ 10 ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବ । 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଓଡିଶା ବିଧାନସଭା ଉପନିର୍ବାଚନ ସହିତ ୟୁପି, ମେଘାଳୟ ଓ ପଞ୍ଜାବ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

Byelection
Byelection

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଏପ୍ରିଲ 13ରେ ଗଜେଟ ବିଜ୍ଞପ୍ତି ପ୍ରକାଶ ପାଇବ । 20 ଏପ୍ରିଲ ନାମାଙ୍କନର ଶେଷ ଦିନ ଧାର୍ଯ୍ୟ ହୋଇଛି । 21 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । 24ରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି । ମେ 10 ତାରିଖରେ ଭୋଟ ଗ୍ରହଣ ହେବା ସହିତ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । 15 ମଇ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଓଡିଶା ସମେତ ଅନ୍ୟ 4 ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଜାବର ଜଳନ୍ଦର, ଉତ୍ତରପ୍ରଦେଶର ଦୁଇଟି ବିଧାନସଭା ଆସନ ସୁଆର ଓ ଚନ୍ନାବେ ସମେତ ମେଘାଳୟର ସୋହିଅଙ୍ଗରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଦିନ ଅର୍ଥାତ ମେ’ 13 ତାରିଖରେ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋରଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଝାରସୁଗୁଡା ଆସନ । ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ଥାଉକି, ଗତ ଜାନୁଆରୀ 29ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ନବକିଶୋରଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

2019 ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବାକି ରହିଥିଲା । ତେଣୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ଥିଲା । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ 6 ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବ ନାହିଁ । ପ୍ରାଥମିକ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଖାଲି ପଡିଥିବା ନେଇ ସୂଚନା ଦିଆଯାଇଥିଲା । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବିଧାନସଭାକୁ ମଧ୍ୟ ଅବଗତ କରାଯାଇଛି । ଓଡ଼ିଶା ବିଧାନସଭା ଏ ନେଇ ଚିଠି ଲେଖି ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିଲେ ।

ଭାରତୀୟ ନିର୍ବାଚନ ଆୟୋଗ ଅବଗତ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଷୋଡ଼ଶ ବିଧାନସଭା ଗଠନ ହେବା ଦିନଠାରୁ ନବ କିଶୋର ଦାସଙ୍କ ସମେତ ଓଡ଼ିଶାର 7 ଜଣ ବିଧାୟକଙ୍କ ଦେହାନ୍ତ ହୋଇଛି । ବିଭିନ୍ନ ସମୟରେ 6 ଟି ଆସନରେ ଉପନିର୍ବାଚନ ହୋଇ ସାରିଛି । ବାଲେଶ୍ବରରୁ ବିଧାୟକ ମଦନମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓ ପଦ୍ମପୁରରୁ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହୋଇଥିଲା ।

Last Updated : Mar 29, 2023, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.