ଖୋର୍ଦ୍ଧା : କୋରୋନା ମହାମାରୀ ପାଇଁ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ ଆଜିଠାରୁ ସାରା ଦେଶରେ ଲାଗୁ କରିଛନ୍ତି । ସେପଟେ ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟକୁ ନେବାକୁ ସବୁ ରାଜ୍ୟ ପ୍ରୟାସ ଚଳାଇଛନ୍ତି ।
ରାଜ୍ୟ ସରକାର ପ୍ରବାସୀ ଓଡିଆମାନଙ୍କୁ ରାଜ୍ୟକୁ ଫେରାଇ ଆଣୁଥିବାବେଳେ ଆମ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ଅନ୍ୟରାଜ୍ୟର ସରକାର ନେବାକୁ ପ୍ରୟାସ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ଫସିରହିଥିବା ପ୍ରାୟ 70 ରୁ 80 ଜଣ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଫେରାଇ ନେବାପାଇଁ ଝାଡଖଣ୍ଡ ସରକାର ଚାରୋଟି ବସ ପଠାଇଛନ୍ତି ।
ବସରେ ପୋଲିସ ଅଧିକାରୀଙ୍କ ସହ ଝାଡଖଣ୍ଡ ପ୍ରଶାସନର ଅଧିକାରୀ ଅଛନ୍ତି । ଗତକାଲି ଠାରୁ ଏହି ବସ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଛି । ତେବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଝାଡଖଣ୍ଡରୁ ଆସିଥିବା ଅଧିକାରୀଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ