ETV Bharat / state

Odisha Assembly Sine Die: ଆଗୁଆ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ

author img

By

Published : Mar 31, 2023, 8:30 PM IST

Updated : Mar 31, 2023, 9:22 PM IST

ବଜେଟ ଅଧିବେଶନରେ ବିରୋଧୀଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ଥିଲା । ବିରୋଧୀ ଦଳନେତା ଭାବେ ଜୟ ନାରାୟଣ ମିଶ୍ର ବିଧାନସଭାରେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ଜୟ ନାରାୟଣ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ ଜାରି ରଖିଥିଲେ । ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା ସହ ତଥ୍ୟ ଭିତ୍ତିକ ଶାଣିତ ଆକ୍ରମଣ କରି ସରକାରଙ୍କ ନିଦ ହଜାଇ ଦେଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
ଆଗୁଆ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ । ନିର୍ଦ୍ଧାରିତ ଦିବସର 4 ଟି ଦିବସ ଅବ୍ୟବହିତ ପୂର୍ବରୁ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବିରୋଧୀ ଦଳ ଅନୁପସ୍ଥିତିରେ ବିଧାନସଭା ମୁଲତବୀ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ବିଧାନସଭାରେ ଆସିଥିବା ବିଲ: ଚଳିତ ବିଧାନସଭା ଅଧିବେଶନରେ ସରକାର ୬ ଟି ବିଲ ଆଗତ କରିଥିଲେ । ଆଗତ ହୋଇଥିବା ବିଲ ମଧ୍ୟରୁ ଗୋଟିଏ ବିଲ ଆଗତ ପାରିତ ହୋଇଥିଲା । ପାରିତ ହୋଇଥିବା ବିଲ ହେଉଛି (ଓଡିଶା ବ୍ୟୟମଞ୍ଜୁରୀ ବିଲ-୨୦୨୩) ପାରିତ ହୋଇଛି । ଆଗତ ହୋଇଥିବା ଅନ୍ୟ ବିଲ ହେଉଛି ଓଡିଶା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର, ଓଡିଶା ଆପାର୍ଟମେଣ୍ଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ-୨୦୨୩, ଭୂଅର୍ଜନ ପୁନର୍ବାସ ଥଇଥାନ ସ୍ୱଚ୍ଛତା (ସଂଶୋଧନ) ବିଲ-୨୦୨୩ ଓ ଓଡିଶା ପଛୁଆବର୍ଗ ଆୟୋଗ (ସଂଶୋଧନ) ବିଲ-୨୦୨୩ । କିନ୍ତୁ ଚଳିତ ସପ୍ତାହରେ ଆଗତ ହୋଇଥିବା 3 ଟି ବିଲକୁ ସରକାର ଫେରାଇ ନେଇଛନ୍ତି ।

ମୁଲତବୀ ନୋଟିସ: ବଜେଟ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ୧୨ଟି ମୁତଲବୀ ନୋଟିସ ଆସିଥିଲା । ସେଥିରୁ ୯ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାସହ ଗୋଟିଏ ମୋସନ ସହ ଗୋଟିଏ ପିଟିସନ ଆସିଥିଲା ।

ଏହାବି ପଢନ୍ତୁ- Odisha Assembly: ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ

ଗୃହରେ କାର୍ଯ୍ୟକ୍ରମ: ଚଳିତ ଅଧିବେଶନରେ ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ପାଇଁ ବଜେଟ ଆଗତ କରିଥିଲେ । ଅର୍ଥମନ୍ତ୍ରୀ 2 ଲକ୍ଷ 30 ହଜାର କୋଟିର ବଜେଟ ଆଗତ କରିଥିଲେ । ବଜେଟ ଅଧିବେଶନରେ ସରକାରଙ୍କ ପକ୍ଷରୁ ୬ଟି ବିବୃତ୍ତି ଦିଆଯାଇଛି । ୩ ଟି ସିଏଜି ରିପୋର୍ଟ ସହ ୧୨ ଟି ବାର୍ଷିକ ରିପୋର୍ଟ ଉପସ୍ଥାପିତ ହୋଇଛି ।

ବିରୋଧୀଙ୍କ ଭୂମିକା: ବଜେଟ ଅଧିବେଶନରେ ବିରୋଧୀଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ଥିଲା । ବିରୋଧୀ ଦଳନେତା ଭାବେ ଜୟ ନାରାୟଣ ମିଶ୍ର ବିଧାନସଭାରେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ଜୟ ନାରାୟଣ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ ଜାରି ରଖିଥିଲେ । ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା ସହ ତଥ୍ୟ ଭିତ୍ତିକ ଶାଣିତ ଆକ୍ରମଣ କରି ସରକାରଙ୍କ ନିଦ ହଜାଇ ଦେଇଥିଲେ । ବିରୋଧୀ ଦଳନେତାଙ୍କୁ ମୁକାବିଲା କରିବା ପାଇଁ ବିଜେଡିର ସବୁସ୍ତରର ନେତା ମୈଦାନକୁ ଓହ୍ଲାଇଥିଲେ । ଏତତ ବ୍ୟତୀତ ବଜେଟ ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଧାନ କିଣାରେ ଦୂର୍ନୀତି, ଚାଷୀ ସମସ୍ୟା, ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ଭିତ୍ତିଭୂମି, ଜଳସେଚନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବଲାଙ୍ଗୀର ଜାଲ ସାର୍ଟିଫିକେଟ, ମହାନଦୀ ଜଳ ବିବାଦ, 5ଟି ଭଳି ପ୍ରସଙ୍ଗ ଆସିଥିଲା । ବିରୋଧୀ ଏହାକୁ ନେଇ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ହଲାପଟା କରିଥିଲେ । କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ ଏକାଧିକ ମୁଦ୍ଦାରେ ଘେରି ସରକାରଙ୍କ ଚିନ୍ତା ବଢାଇ ଦେଇଥିଲେ ।

ସୂଚନାଯୋଗ୍ୟଯେ ଷୋଡଶ ବିଧାନସଭା ଦ୍ବାଦଶତମ ସେସନ ବଜେଟ ଅଧିବେଶନ ଫେବୃୟାରୀ ୨୧ ରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ ରୁ ମାର୍ଚ୍ଚ 1 ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ରୁ ଏପ୍ରିଲ ୬ ଯାଏଁ ନିର୍ଦ୍ଧାରିତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ମୋଟ ୨୭ ଟି କାର୍ଯ୍ୟ ଦିବସ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ 4 ଦିନ ପୂର୍ବରୁ ତଥା 23 ଟି କାର୍ଯ୍ୟ ଦିବସରେ ବିଧାନସଭା ଶେଷ ହୋଇଛି ।

ଭୁବନେଶ୍ବରରୁ ଲାଲ ମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2023, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.