ଖୋର୍ଦ୍ଧା: ଆଜି ବେଗୁନିଆ ଅଞ୍ଚଳରେ ପୋଲିସ ଚଢ଼ାଉ କରି 40 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ 15ହଜାର 2ଶହ ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଦୁଇଭାଇ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର ଶ୍ରୀବତ୍ସ ପରମଗୁରୁ ଓ ଶ୍ରୀକାନ୍ତ ପରମଗୁରୁ ବୋଲି ଜଣାପଡିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଦିନକୁ ଦିନ ବୃଦ୍ଧି ପାଉଛି ଧଳା ଜହର ବ୍ୟବସାୟ । ଅଧିକ ଅର୍ଥ ରୋଜଗାର ଲୋଭରେ ଯୁବପିଢ଼ି ଏହି ନିଶା ଖାଉଛନ୍ତି ଓ ବ୍ୟବସାୟ ମଧ୍ୟ କରୁଛନ୍ତି । ଯାହା ପୋଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ