ETV Bharat / state

ଜେଲରୁ ବାହାରି ବଡ଼ ଭାଇ ବିକୁଥିଲା ଡ୍ରଗ୍ସ, ପୋଲିସ ମିତ୍ର ସାନଭାଇ କରୁଥିଲା ସହଯୋଗ

ରାଜଧାନୀରେ ହାଇଫାଇ ବ୍ରାଉନସୁଗାର କାରବାର । ପୋଲିସ ମିତ୍ର ଭାଇ ଆଢ଼ୁଆଳରେ ବ୍ରାଉନସୁଗାର ବିକ୍ରି ।

author img

By

Published : Feb 2, 2023, 11:12 AM IST

brown sugar seized in bhubaneswar
brown sugar seized in bhubaneswar

ଭୁବନେଶ୍ବର: ରାଜଧାନୀରେ ହାଇଫାଇ ବ୍ରାଉନସୁଗାର କାରବାର । ପୋଲିସ ମିତ୍ର ଭାଇ ଆଢ଼ୁଆଳରେ ବ୍ରାଉନସୁଗାର ବିକ୍ରି । ସାମ୍ନାକୁ ଆସିଲା ପୋଲିସ ମିତ୍ର ରାଜନୈତିକ ଲିଙ୍କ୍ । କ୍ୟାପିଟାଲ ଥାନା କେଦାରପଲୀ ବସ୍ତିରୁ ଟୁନା ନାୟକକୁ ଗିରଫ କରିଛି କମିଶନରେଟ ପୋଲିସ୍ । ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ସ୍କୁଟି ଜବତ କରିଛି ପୋଲିସ୍ । ତେବେ ତା ଠାରୁ ୧୨ଗ୍ରାମର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ ।

ସୂଚନା ମୁତାବକ, ଗତ ଅଗଷ୍ଟ ମାସରେ ଅବକାରୀ ହାତରେ ୨୦ଲକ୍ଷ ଟଙ୍କାର ବ୍ରାଉନ କୁମାର ସହ ଧରାପଡ଼ିଥିଲା ଟୁନା ନାୟକ । ଟୁନା ହେଉଛି ପୋଲିସ ମିତ୍ର ସହଦେବ ନାୟକର ବଡ଼ଭାଇ । ଯେକି କମିସନରେଟ ପୋଲିସର ପୋଲିସ ମିତ୍ର ଭାବେ କାର୍ଯ୍ୟ କରେ । ପୋଲିସକୁ ବିଭିନ୍ନ ବସ୍ତି ଅପରାଧ ଓ ଖବର ଦେବାରେ ସହଯୋଗ କରେ । ତେବେ ସହଦେବର ଛତ୍ରଛାୟାରେ ବଡ଼ଭାଇ ଚଲାଇଥିଲା ବ୍ରାଉନସୁଗାର କାରବାର ।

ଏନେଇ ସହଦେବ ମଧ୍ୟ ଚର୍ଚ୍ଚିତ ଦଳର ଏକ ନେତା ଭାବେ କାମ କରେ । ତେବେ ପୂର୍ବରୁ ଟୁନା ଅବକାରୀ ହାତରେ ଧରାପଡ଼ିବା ବେଳେ ସହଦେବକୁ ଅଟକ ରଖିଥିଲା ଅବକାରୀ ବିଭାଗ । ପରେ ଛାଡିଦେଇଥିଲା ଅବକାରୀ ଟିମ୍ । କିନ୍ତୁ ବଡ଼ଭାଇ ଜେଲ ଯିବା ପରେ ୧୫ଦିନ ତଳେ ଜେଲରୁ ବାହାରି ପୁଣି ଏହି କାରବାର କରୁଥିଲା । ବଡ଼ଭାଇର ଏପରି କାରବାର ନେଇ ପୋଲିସକୁ ସୂଚନା ଦେଉ ନଥିଲା ସାନ ଭାଇ ତଥା ପୋଲିସ ମିତ୍ର ସହଦେବ । ଶେଷରେ ବିଶେଷ ସୁତ୍ରରୁ ବଡ଼ଭାଇ କୁନାକୁ ଗିରଫ କରିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.