ଖୋର୍ଦ୍ଧା: ମନ୍ଦିରର ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଟାଙ୍ଗୀ ଥାନା ଚଣ୍ଡେଶ୍ୱରର ଚଣ୍ଡିହରଦେଵଙ୍କ ମନ୍ଦିରରୁ ଲୁଟ ହୋଇଛି । ଲୁଟେରା ମାନେ ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ହୁଣ୍ଡିର ତାଲା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି ।
୪ ଜଣ ଲୁଟେରା ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଲୁଟେରା ମନ୍ଦିର ଫାଟକ ମୁହଁରେ ଜଗି ରହିଥିବା ବେଳେ ଅନ୍ୟ ୨ ଜଣ ଲୁଟେରା ହୁଣ୍ଡିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଉଥିବର ଚିତ୍ର ମନ୍ଦିର ସିସି କ୍ୟାମେରାରେ କଏଦ ହୋଇଛି । ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଜାରି ରଖିଛି । ତେବେ ଏହି ଲୁଟ୍ ଘଟଣାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଦାବି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ