ETV Bharat / state

ରମାଦେବୀ ପାଚେରୀ ଭୁଶୁଡ଼ିବା ଘଟଣା, ସ୍ଥାନ ପରିଦର୍ଶନ କଲେ ବିଜେପି ପ୍ରତିନିଧି ଦଳ

author img

By

Published : Apr 10, 2023, 5:56 PM IST

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପାଚେରୀ ଭୁଶୁଡ଼ି ଥିବା ସ୍ଥାନ ପରିଦର୍ଶନ କଲା ବିଜେପି । ନିମ୍ନମାନର କାର୍ଯ୍ୟକୁ ନେଇ ଉଠାଇଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

amadevi university wall collapsed
ରମାଦେବୀ ପାଚେରୀ ଭୁଶୁଡ଼ିବା ଘଟଣା
ରମାଦେବୀ ପାଚେରୀ ଭୁଶୁଡ଼ିବା ଘଟଣା

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପାଚେରୀ ଭୁଶୁଡ଼ି ଥିବା ସ୍ଥାନ ପରିଦର୍ଶନ କଲେ ବିଜେପି ପ୍ରତିନିଧି ଦଳ । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରିଛି । ଏ ଘଟଣାକୁ ନିନ୍ଦା କରିଛି ବିଜେପି । ପାଚେରୀ ତିଆରି ହେବାର ୨ରୁ ୩ ମାସ ଭିତରେ ଭୁଶୁଡ଼ି ଗଲା । ନିର୍ମାଣ କାର୍ଯ୍ୟକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଅସହ୍ୟ ହେଲାଣି ଗରମ, କାଲିଠାରୁ ମର୍ଣ୍ଣିଂ କ୍ଲାସ୍‌ କରିବେ ଛାତ୍ରଛାତ୍ର

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି," ନିର୍ମାଣର ଦୁଇ ମାସ ନହେଉଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୁଖ୍ୟ ରାସ୍ତାପଟେ ଥିବା ଏହି ପାଚେରୀ ଭାଙ୍ଗିଯାଇଛି । 5T କାମ କେମିତି ହେଉଛି ଏହି ଘଟଣାରୁ ସ୍ପଷ୍ଟ ହେଉଛି । ପୁରୁଣା ପାଚେରୀର ମୂଳଦୁଆ ଉପରେ ନୂଆ ପାଚେରୀ ଛିଡା କରେଇ ଦେଇଥିଲେ । ଏହାସହ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବାରୁ ପାଚେରୀଟି ଭୁଷୁଡ଼ି ପଡ଼ିଛି । ରାଜଧାନୀରେ ଯଦି ବିକାଶର ନମୂନା ଏମିତି ତାହେଲେ ସାରା ରାଜ୍ୟରେ କେମିତି ବିକାଶ ଚାଲିଛି ତାହା ଅନୁମେୟ । ଏହି କାମ ଯେଉଁ ବିଭାଗ କରିଛି, ଯଦି ବିଲ୍‌ ହୋଇଛି ତାକୁ ଧରାଯାଉ । ସେମାନଙ୍କ ଠାରୁ ବିଲ ଆଦାୟ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀ ବିଶେଶ୍ବରଙ୍କ ବିବାଦୀୟ ବୟାନ, କହିଲେ ସବୁ UPSC ଅଧିକାରୀ ଜଣେ ଜଣେ ଡକାୟତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ରୂପାଲି ଛକ ପାର୍ଶ୍ବରେ ତିଆରି ହୋଇଥିଲା ୧୦୦ ଫୁଟ ଲମ୍ବ ପାଚେରୀ । ହେଲେ ୨ ମାସ ନ ପୁରୁଣୁ ଏବେ ପାଚେରୀ ଭାଙ୍ଗି ଯାଇଛି । ପାଚେରୀ ନିର୍ମାଣ କାମ ନିମ୍ନମାନର ହୋଇଥିବା ପଦାରେ ପଡିଛି ବୋଲି ବିଜେପି କହିଛି । ପ୍ରକାଶ ଥାଉକି, ନିର୍ମାଣ ସମୟରେ ପାଚେରୀର ବିମ ନଥିଲା କି ପିଲ୍ଲାର ମଧ୍ୟ ନଥିଲା । ନିମ୍ନମାନର କାମ ହୋଇଥିବା ନେଇ କୁଳପତି ଖୋଦ ଅଭିଯୋଗ ଆଣିଥିଲେ । କଲେଜରେ ଯେତେବେଳେ କୌଣସି କାର୍ଯ୍ୟ କରାଯାଉଛି ତାହାକୁ ତଦାରଖ କରିବା ପାଇଁ ଅନ୍ୟାନ୍ୟ ଅଧିକାରୀମାନେ ଅଛନ୍ତି । କିନ୍ତୁ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟର ଟିମ୍‌ କେହି ନାହାନ୍ତି, ତେଣୁ ପାଚେରୀ କାମ ଅତି ଦାୟିତ୍ବହୀନ ଭାବେ କରାଯାଇଥିବା ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.