ଖୋର୍ଦ୍ଧା: ଦଳେଇପୁଟରେ ପୁଣି ବୋମାମାଡ଼। ଦଳେଇପୁଟର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ବୋମା ମାଡ କରାଯାଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ଦୁଇଜଣ ଆସି ବୋମାମାଡ କରିଥିଲେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଗତ 12 ତାରିଖରେ ମଧ୍ୟ ଏହି ଘର ଉପରେ ବୋମାମାଡ ହୋଇଥିଲା । ଏହି ଘଟଣାରେ ପୋଲିସ ପଡୋଶୀ ପ୍ରଦୀପ ବେହେରା ଓରଫ କାଳୁକୁ ଗିରଫ କରିଥିଲା । ତେବେ, ବୋମାମାଡ ପଛରେ ପୂର୍ବ ଶତ୍ରୃତା ନା ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ