ETV Bharat / state

ଓଡିଶା ଆସୁଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ, ଜୟଦେବ ଗୌରବ ସମ୍ମାନରେ ହେବେ ସାମିଲ

author img

By ETV Bharat Odisha Team

Published : Dec 13, 2023, 5:58 PM IST

Actor Sunil Shetty To Visit Odisha: ଜୟଦେବ ଗୌରବ ସମ୍ମାନ ୨୦୨୩ ଡିସେମ୍ବର ୨୦, ୨୧ ଓ ୨୨ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବ । ଯେଉଁଥିରେ ଯୋଗ ଦେବେ ବଲିଉଡ ସିନେ ତାରକା ସୁନୀଲ ଶେଟ୍ଟୀ ଓ ଗୁଲସନ୍ ଗ୍ରୋଭରଙ୍କ ସମେତ ଅନେକ ଓଲିଉଡ ତାରକା । ଅଧିକ ପଢନ୍ତୁ

ଓଡିଶା ଆସିବେ ବଲିଉଡ୍ ସିନେ ତାରକା ସୁନୀଲ ଶେଟ୍ଟୀ, ଜୟଦେବ ଗୌରବ ସମ୍ମାନ ୨୦୨୩ ରେ ଦେବେ ଯୋଗ

ଭୁବନେଶ୍ବର: ଓଡିଶା ଆସିବେ ଲୋକପ୍ରିୟ ବଲିଉଡ ଅଭେନତା ସୁନୀଲ ଶେଟ୍ଟୀ । ଜୟଦେବ ଗୌରବ ସମ୍ମାନ ୨୦୨୩ରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ଜୟଦେବ ଗୌରବ ସମ୍ମାନ ସମ୍ମାନ ପ୍ରଦାନ ଉତ୍ସବ ଡିସେମ୍ବର ୨୦, ୨୧ ଓ ୨୨ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ଦିନରେ ଯୋଗ ଦେବେ ସୁନୀଲ ଶେଟ୍ଟୀ । ଜୟଦେବ ଗୌରବ ସମ୍ମାନ ୨୦୨୩ରେ ବଲିଉଡ୍ ସିନେ ତାରକା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମୀଦାମୀ କଳାକାର ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିସେମ୍ବର ମାସର ୨୦, ୨୧ ଏବଂ ୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ ବାଲିପାଟଣା ସ୍ଥିତ ଗୋରୁହାଟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ବଲିଉଡ୍ ସିନେ ତାରକା ସୁନିଲ ଶେଟ୍ଟୀ ଓ ଗୁଲସନ୍ ଗ୍ରୋଭର୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲିଉଡ୍ ସିନେ ତାରକା ଗୁଲସନ୍ ଗ୍ରୋଭର, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମପମ୍ , ପ୍ରିନ୍ସ ଡାନ୍ସ ଗ୍ରୁପ, ଖୋର୍ଦ୍ଧା ଗଡର ପାଇକ ଆଖଡ଼ା କାର୍ଯ୍ୟକ୍ରମ ରହିଛି ।

ଏହାସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବା ୩ ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକାରେ ଶେଷ ହେବ। ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବିଦୁସ୍ମିତା, ହାସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର, ହ୍ୟୁମାନ ସାଗର ଓ ଟିମଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ଡିସେମ୍ବର ୨୨ ତାରିଖରେ ଅର୍ଥାତ ଶେଷ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲିଉଡ୍ ସିନେ ତାରକା ସୁନିଲ ଶେଟ୍ଟୀ, ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଟିମଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଜୟଦେବ ନିର୍ବାଚନ ମଣ୍ଡଳୀ ହେଉଛି ଉତ୍କଳ ମାଟିର ପବିତ୍ର ସ୍ଥାନ । ଏହି ପବିତ୍ର ମାଟିରେ ଜନ୍ମ ନେଇଛନ୍ତି ମହାପୁରୁଷ ମାନେ ତଥା ସ୍ଵାଧୀନତା ସଂଗ୍ରାମୀ,କବି, ବିଶିଷ୍ଟ ରାଜନୀତିଜ୍ଞ ମାନେ ଯଥା, ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କ ପରି ମହାପୁରୁଷ ଜନ୍ମ ନେଇଛନ୍ତି । ଏହି ପବିତ୍ର ମାଟିରେ ଅନନ୍ୟ ଐତିହ୍ୟ ପୀଠ ରହିଛି ଯାହାକି ସାରା ବିଶ୍ୱରେ ଜୟଦେବ ନିର୍ବାଚନ ମଣ୍ଡଳୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ।

ଏହା ମଧ୍ୟ ପଢନ୍ତୁ: ସୁନୀଲ ଶେଟ୍ଟୀ ସେୟାର କଲେ ଏମିତି ଫଟୋ, କମେଣ୍ଟ ଦେଲେ ଝିଅ ଆଥିଆ

ଏହି ପବିତ୍ର ମାଟିର ମହାପୁରୁଷ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ତଥା ଏହି ଅଞ୍ଚଳର ଐତିହ୍ୟ,ସଂସ୍କୃତି ଓ ପରିଚୟକୁ ବଞ୍ଚାଇ ରଖିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିସହ ଅନୁଷ୍ଠାନ ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୫୦ ରୁ ଉର୍ଦ୍ଧ୍ବ ପ୍ରତିଭା ମାନଙ୍କୁ ମଧ୍ୟ ଜୟଦେବ ଗୌରବ ସମ୍ମାନ -୨୦୨୩ ରେ ସମ୍ମାନିତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.