ETV Bharat / state

ରମାଦେବୀ କ୍ୟାମ୍ପସରୁ ଅଚିହ୍ନା ମୃତଦେହ ଉଦ୍ଧାର - ରମାଦାବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଚିହ୍ନା ମୃତଦେହ

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋରୁ ଅଚିହ୍ନା ମୃତଦେହ ଉଦ୍ଧାର । ପରିଚୟ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

dead body of a man found from ramadevi university

author img

By

Published : Apr 2, 2023, 8:53 AM IST

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଚିହ୍ନା ମୃତଦେହ ଉଦ୍ଧାର। କ୍ୟାମ୍ପସ ଭିତର ଅଡିଟୋରିୟମ କଡରେ ଥିବା ଏକ ଅଟୋରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବା ନେଇ ଅନୁମାନ କରାଯାଉଛି । ମୃତକ ଜଣଙ୍କ ଦେହରେ ପୋଷାକଥିବା ବେଳେ ଅଟୋର ପଛପଟ ସିଟରୁ ମୃତଦେହଟିକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ କିଏ ଓ ତାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ମୃତବ୍ୟକ୍ତି ଜଣକ ସେହି ବିଶ୍ବବିଦ୍ୟାଳୟର କର୍ମଚାରୀ କି ନାହିଁ ତା ମଧ୍ୟ ଜଣାପଡିନାହିଁ । କୌଣସି ଛାତ୍ରୀ ମଧ୍ୟ ମୃତଦେହକୁ ଚିହ୍ନି ପାରିନଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ଗତକାଲି କ୍ୟାମ୍ପସରେ ଏକ ଅଟୋ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ କିଛି ଛାତ୍ରୀ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହ ପଚରାଉଚରା କରିଥିଲା । କେହି ଚିହ୍ନି ନଥିବା ବେଳେ ଅଟୋର ନମ୍ବରରୁ ଅଟୋ ଚାଳକର ପରିଚୟ ପାଇଥିଲା ପୋଲିସ । ଏହାପରେ ପାଇପାହାଳ ଅଞ୍ଚଳରେ ଅଟୋ ଡ୍ରାଇଭର ଘରେ ପହଞ୍ଚି ମୃତକର ଫଟୋ ଦେଖାଇ ପଚରାଉଚରା ଜାରି ରଖିଛି । ଅଟୋ ଡ୍ରାଇଭର ଭୟରେ ପୋଲିସ ସାମ୍ନାରେ ମୁହଁ ଖୋଲୁନଥିବା ସୂଚନା ମିଳିଛି। ଅଜଣା ମୃତଦେହକୁ ହସ୍ପିଟାଲ ପଠାଇଟି ପୋଲିସ ।

ତେବେ କ୍ୟାମ୍ପସ ଭିତରୁ ଜଣେ ଅଚିହ୍ନା ଯୁବକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛିଦିନ ତଳେ ଜଣେ ଛାତ୍ରୀ ହଷ୍ଟେଲରେ ଜୀବନ ହାରିଥିଲେ । ତେବେ ଅଟୋଟି କିପରି କଲେଜ ଭିତରକୁ ଆସିଲା, ଅଡିଟୋରିୟମ ପାଖରେ କାମ କଣ ଥିଲା ଏବଂ ଅଟୋରେ ସେ ମୃତକ ଜଣକ ଆସିଥିଲେ ନା ପରେ ସେ ଅଟୋରେ ମୃତଦେହ ଦେଖିବାକୁ ମିଳିଥିଲା । ସେନେଇ ସିସିଟିଭି ଫୁଟେଜକୁ ଆଧାରକରି ପୋଲିସ ତଦନ୍ତ ଚଳାଇଛି । ମୃତକର ପରିଚୟ ମିଳିପାରୁଥିବାରୁ ଯୁବକ ଜଣକ କିଏ କ୍ୟାମ୍ପସ ଭିତରକୁ କିପରି ଆସିଲେ । ଏନେଇ ଡ୍ୟୁଟିରେ ଥିବା ସିକ୍ୟୁରିଟି ଜାଣିଛନ୍ତି ନା ନାହିଁ ତା ଜଣାପଡିନି ।

ମୃତଦେହରେ କୌଣସି କ୍ଷତାକ୍ତ ଚିହ୍ନ ନଥିବା ବେଳେ ମୃତ୍ୟୁ ପଛର କାରଣ କଣ ହୋଇପାରେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତକର ପରିଚୟ ଖୋଜିବା ପୋଲିସ ପାଇଁ ବର୍ତ୍ତମାନ ଜରୁରି ହୋଇପଡିଛି । ପରେ ଅଟୋ ଡ୍ରାଇଭର ସହ ମୃତକ ପରିଚିତ କି ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.