ETV Bharat / state

ପୂର୍ବ ଶତ୍ରୁତାରୁ ପୋଡିଦେଲେ ଡଙ୍ଗା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

author img

By

Published : Jul 21, 2021, 10:47 PM IST

ପୂର୍ବ ଶତ୍ରୁତାରୁ ଡଙ୍ଗାରେ ନିଆଁ ଲଗାଇଥିବା ଅଭିଯୋଗ । ଚିଲିକା ବ୍ଲକ ଜରିପଡ଼ା ଜଗନ୍ନାଥପୁରରେ ତିନିଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ । ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ...

boat was set on fire, boat fire, fire on boat, chilika block khordha, ଚିଲିକା ବ୍ଲକ ଜରିପଡ଼ା ଜଗନ୍ନାଥପୁର, ଡଙ୍ଗାରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଦୁର୍ବୃତ୍ତ ଲଗାଇଲେ ଡଙ୍ଗାରେ ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖୋର୍ଦ୍ଧା: ଡଙ୍ଗାରେ ନିଆଁ ଲଗାଇ ପୋଡିଦେଲେ ଦୁର୍ବୃତ୍ତ । ତିନିଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। ଘଟଣା ଘଟିଛି ଚିଲିକା ବ୍ଲକ ଜରିପଡ଼ା ଜଗନ୍ନାଥପୁରରେ।

ସୂଚନା ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ପୂର୍ଣ୍ଣ ବେହେରାଙ୍କ ଡଙ୍ଗାରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ପୋଡି଼ ଦେଇଛି। ଡଙ୍ଗାରେ ଥିବା ସମସ୍ତ ମାଛଧରା ଉପକରଣ ପୋଡି ନଷ୍ଟ ହୋଇଯାଇଛି । ଏ ସମ୍ପର୍କରେ ପୂର୍ଣ୍ଣଚନ୍ଦ୍ର ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରଙ୍କର ଆଲ୍ଲା ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସହିତ ଝଗଡା ହୋଇଥିଲା ଓ ସେ ପୂର୍ଣ୍ଣଙ୍କୁ ମାଛଧରା ଜାଲ ପୋଡି ଛାରଖାର କରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ଟାଙ୍ଗି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.